ପାଟଣାଗଡ଼( ଯତୀନ୍ଦ୍ର ନନ୍ଦ ): ଓଡ଼ିଶାର ଦାଦନ ପ୍ରବଣ ଜିଲ୍ଲା କହିଲେ ବଲାଙ୍ଗୀର କୁ ବୁଝାଇଥାଏ ! ଏହି ଜିଲ୍ଲାର ଅଧିକାଂଶ ଲୋକ ପ୍ରତି ବର୍ଷ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲି ଯାଇଥାନ୍ତି। ଦାଦନ ଖଟିବାକୁ ଯାଉଥିବା ଦାଦନ ପରିବାର ସଦସ୍ୟ ମାନେ ବର୍ଷକୁ ୧୨ ରୁ ଛଅ ମାସ ଘରେ ଓ ଛଅ ମାସ ବାହାର ରାଜ୍ୟରେ ରୁହନ୍ତି। ପ୍ରକାଶ ଯୋଗ୍ୟ,ବର୍ତ୍ତମାନ ସେହି ଦାଦନ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଗାଁ ଗଣ୍ଡା ଗୁଡିକରେ ଦାଦନ ସର୍ଦାର ଓ ଦଲାଲଙ୍କର ଅଡ୍ଡା ଜମିଲାଣି!ଦାଦନ ପରିବାର ମାନଙ୍କୁ ( ଟଙ୍କା )ବଇନା ଦେଇ ନିଜ ନିଜ ପଟକୁ ଟାଣିବା କାମରେ ଏକ ପ୍ରକାର ପ୍ରତିଯୋଗିତା ଚାଲିଥିବାର ଅଭିଯୋଗ ଶୁଣିବାକୁ ମିଳୁଛି ! ସୂଚନା ଯୋଗ୍ୟ କି, ନିକଟରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଥିବାରୁ ରାଜ୍ୟସରକାର ଦାଦନ ଶ୍ରମିକ ଚାଲାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ! ହେଲେ, ଏତେ ପରେ ମଧ୍ୟ ସ୍ଥାନୀୟ ପ୍ରଶାସନ ର ଉଦାସୀନତା ମନୋଭାବ ଏବଂ ଅର୍ଥ ଲାଳସାର ବଶବର୍ତ୍ତୀ ହେତୁ ଦାଦନ ସର୍ଦାର ମାନେ କାହାକୁ ଭ୍ରୁକ୍ଷେପ ନକରି ବେଆଇନ ଦାଦନ ଶ୍ରମିକ ଚାଲାଣ କରୁଥିବାର ଜୀବନ୍ତ ପ୍ରମାଣ ଦେଖିବାକୁ ମିଳିଛି ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଅଧିନସ୍ଥ ଗମ୍ଭାରୀ ଛକ୍କ ନିକଟରେ 25 ଜଣ ଦାଦନ ଶ୍ରମିକ ଉଦ୍ଧାର ଓ ଦୁଇଜଣ ଦଲାଲ ଗିରଫ ସହିତ ୨ ଟି ଗାଡ଼ି ଜବତ କରାଯାଇଥିବାର ଜଣାପଡିଛି ! ଏହି ବେଆଇନ କାର୍ଯ୍ୟରେ ଖପ୍ରାଖୋଲ ଥାନା କନ୍ଧେନଝୁଲା ଗାଁର ଦାଦନ ଦଲାଲ୍ ଗୋପ ରାଏର ୧୬ ଗୋଟି ଶ୍ରମିକ ଓ ବେଲପଡା ଥାନା ସିହିନୀ ଗ୍ରାମର ନରେନ୍ଦ୍ର କୁମ୍ଭାରର ୧୧ ଗୋଟି ଦାଦନ ଶ୍ରମିକଙ୍କୁ ଚାଲାଣ ସମୟରେ ଖପ୍ରାଖୋଲ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଗମ୍ଭାରୀ ଛକ ଠାରେ ୨ଟି ଗାଡିକୁ ଅଟକ କରି ଜବତ କରିଥିଲା! OR 02 BB 0565 ଏକ ବୋଲେରୋ ଗାଡ଼ି ହୋଇଥିବା ବେଳେ OD 17 D 9594 ଏକ କମାଣ୍ଡର ଗାଡ଼ି ସହ ଫାରସ ମାଝୀ ଓ ଚାବ୍ରିପାଲି ଗାଁ ର ରାଜିନ୍ଦ୍ର କଠାର ନାମକ ଦୁଇ ଜଣ ବ୍ୟକ୍ତି କୁ ଗିରଫ କରାଯାଇଛି।ତେବେ ୨୫ ଜଣ ଦାଦନ ଶ୍ରମିକ ମଧ୍ୟରେ ୧୧ ଜଣ ମହିଳା ଓ ୧୬ ଜଣ ପୁରୁଷ ଥିବାର ସୂଚନା ମିଳିଛି। ଏନେଇ ଖପ୍ରାଖୋଲ ଥାନା କେଶ ନମ୍ବର ୧୬୧ରେ ମାମଲା ରୁଜୁ କରି ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ରମାକାନ୍ତ ସାହୁଙ୍କଠୁ ପ୍ରକାଶ । ସୂଚନା ଯୋଗ୍ୟ ଏବେ ସୁଦ୍ଧା ମୁଖ୍ୟ ବୋଲାଉଥିବା ଦୁଇ ଜଣ ସର୍ଦାର ଯିଏକି ଗୋପ ରାଏ ଓ ନରେନ୍ଦ୍ର କୁମ୍ଭାର ପୋଲିସ ହାତରେ ଲାଗିନାହିଁ !!!!
Sign in
Sign in
Recover your password.
A password will be e-mailed to you.