ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ରକ୍ତଦାନ ଶିବିର,ବୃକ୍ଷରୋପଣ,ସଫେଇ ଓ ମାସ୍କ ଵଣ୍ଟନ

0 2

ଖୋର୍ଦ୍ଧା/ରବି ସାହୁ -ଖୋର୍ଦ୍ଧା ଜିଲ୍ଲା ଶଗଡ଼ଭଙ୍ଗା ପଞ୍ଚାୟତ ବେତରଜଙ୍ଗ ଗ୍ରାମର ସରକାରୀ ବାଲୁଙ୍କେଶ୍ୱର ଦେବ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମ ଦିବସରେ ଜୀବନ ବିନ୍ଦୁ ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର, ସ୍କୁଲ ପରିସର ସଫେଇ ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରୁ ମୋଟ ୧୧୦ୟୁନିଟ ରକ୍ତ କଟକ ସେଣ୍ଟ୍ରାଲ ବ୍ଲକ ବ୍ୟାଙ୍କ ପକ୍ଷରୁ ସଂଗ୍ରହ କରାଯାଇଥିଲା । ଏଥିରେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ରାଜ୍ୟ ସାଧାରଣ ସମ୍ପାଦକ ଅବ୍ୟକ୍ତ ହରିହର ଖାଡଙ୍ଗା, ବ୍ଲକ ଉପାଧ୍ୟକ୍ଷା ତନୁଜା ପାଟଶାଣୀ,ସ୍ଥାନୀୟ ସରପଞ୍ଚ ବିଣାପାଣୀ ସାମନ୍ତରାୟ,ପୂର୍ବତନ ସରପଞ୍ଚ ପ୍ରଫୁଲ ମଙ୍ଗରାଜ, ସମାଜସେବୀ ଅଶୋକ କୁମାର ସେନାପତି, ଭାସ୍କର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.