ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଦିଲ୍ଲୀପ ଓ କୃଷ୍ଣଚନ୍ଦ୍ର

0 1

ଏମଏସ ଆଇନ ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା ପ୍ରସଙ୍ଗ

ଭୁବନେଶ୍ୱର : ମଧୁସୂଦନ ଆଇନ ବିଶ୍ଵବିଦ୍ୟାଳୟ କୁ ୟୁଜିସି ମାନ୍ୟତା ଦିଆଯାଇଥିବାରୁ ମଧୁସୂଦନ ଆଇନ ମହାବିଦ୍ୟାଳୟ ଛାତ୍ରସ°ସଦର ପୂର୍ବତନ ସଭାପତି ତଥା ବିଜେପି ନେତା ଦିଲୀପ ମଲ୍ଲିକ ଓ ପୂର୍ବତନ ସଭାପତି କୃଷ୍ଣ ଚନ୍ଦ୍ର ମଲ୍ଲିକ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।
ଦୁଇ ପୂର୍ବତନ ଛାତ୍ରନେତା କହିଛନ୍ତି ଯେ, କଟକ ସ୍ଥିତ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ୟୁଜିସି ଅଧିନିୟମ 1956, ଧାରା 2(ଏଫ୍) ଅନୁଯାୟୀ ୟୁନିଭରସିଟି ଗ୍ରାଣ୍ଟ କମିସନ (ୟୁଜିସି) ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ସହ ବିଶ୍ୱବିଦ୍ୟାଳୟ be ତାଲିକାରେ ଅନ୍ତର୍ଭୃକ୍ତ କରିଛି । ୟୁଜିସି ଅଧିନିୟମ 1956, ଧାରା 12(ବି) ଅନୁସାରେ ଏହି ବିଶ୍ୱବିଦ୍ୟାଳୟ ଖୁବ ଶୀଘ୍ର କେନ୍ଦ୍ରୀୟ ଅନୁଦାନ ପାଇବ ।
ଏହା ନିଶ୍ଚିତ ଭାବରେ ଓଡ଼ିଶାର ଆଇନ ବିଦ୍ୟାର୍ଥୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ଜାତୀୟ ଶିକ୍ଷା ନୀତି ଅନୁସାରେ ଛାତ୍ରଛାତ୍ରୀଙ୍କୁ ନୂଆ ପରିଚୟ ଦେବ ଏବଂ ରାଜ୍ୟରେ ଆଇନ ଶିକ୍ଷାର ମାନ ବଢ଼ାଇବାରେ ସହାୟକ ହେବ ବୋଲି ଦୁଇ ପୂର୍ବତନ ଛାତ୍ରନେତା କହିଛନ୍ତି |

 

Leave A Reply

Your email address will not be published.