ଡୁଡୁକିଝରିଆ କ୍ରିକେଟ କପ : ପାଇକମାଳ କ୍ବାର୍ଟର ଫାଇନାଲରେ

0 1

ପଦ୍ମପୁର(ଶାସକ ପ୍ରଶାସକ)- ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଜାମସେଠ ପଞ୍ଚାୟତ ଡୁଡୁକିଝରିଆ ଠାରେ ଚାଲିଥିବା ୮ମ ମାଁ ସମଲେଶ୍ଵରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଗୁରୁବାର ଖେଳାଯାଇଥିବା ଖେଳରେ ସାମ୍ବାଦିକ ସୌମ୍ୟରଞ୍ଜନ ମାଝୀ ଅତିଥି ଭାବେ ଯୋଗଦେଇ ଖେଳ ଉଦଘାଟନ କରିଥିଲେ। ପ୍ରଥମ ମ୍ୟାଚରେ ଡୁଡୁକିଝରିଆ ଓ ଭେରୁଆମୁଣ୍ଡା ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଡୁଡୁକିଝରିଆ ବିଜୟୀ ହୋଇଥିଲା। ଦ୍ବିତୀୟ ମ୍ୟାଚରେ ପତ୍ରାଗୁଡା ଓ କାଂସଡା ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ କାଂସଡା ବିଜୟୀ ହୋଇଥିଲା। ତୃତୀୟ ମ୍ୟାଚରେ ଜାମସେଠ ଓ କାଂସଡା ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ କାଂସଡା ବିଜୟୀ ହୋଇଥିଲା। ଶୁକ୍ରବାର ଖେଳା ଯାଇଥିବା ମ୍ୟାଚରେ ଆର୍ତ୍ତତ୍ରାଣ ସାହୁ ଅତିଥି ଭାବେ ଯୋଗ ଦେଇ ଖେଳ ଉଦଘାଟନ କରିଥିଲେ। ଡେଡଙ୍ଗା ଓ ଡିଆନମୁଣ୍ଡା ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଡିଆନମୁଣ୍ଡା ବିଜୟୀ ହୋଇଥିଲା। ବୁଧାପାଲି ଓ ବିସୋରା ମଧ୍ୟରେ ବୁଧାପାଲି ବିଜୟୀ ହୋଇଥିଲା। ବୁଧାପାଲି ଓ ପାଇକମାଳ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ପାଇକମାଳ ବିଜୟୀ ହୋଇଥିଲା। ଡିଆନମୁଣ୍ଡା ଓ ପାଇକମାଳ ମଧ୍ୟରେ ଅନୁଷ୍ଠିତ ପ୍ରି- କ୍ବାର୍ଟର ଫାଇନାଲ ମ୍ୟାଚରେ ପାଇକମାଳ ବିଜୟୀ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି । ସୋମେଶ ମାଝୀ ଓ ଆଶୁତୋଷ ତ୍ରିପାଠୀ ଖେଳ ପରିଚାଳନା କରିଥିଲେ। ମଣ୍ଟୁ ଷଡ଼ଙ୍ଗୀ ସ୍କୋରର ଥିବା ବେଳେ ପ୍ରଦୀପ ନାଗ ଧାରାବିବରଣୀ ପ୍ରଦାନ କରିଥିଲେ। ଆୟୋଜକ କମିଟି ସଭାପତି ଅପୁ ଦାଶ, ସମ୍ପାଦକ ଭୁପେନ୍ଦ୍ର ଷଡ଼ଙ୍ଗୀ, କୋଷାଧ୍ୟକ୍ଷ ଶୁକଦେବ ବରିହା, ଉପଦେଷ୍ଟା ତ୍ରିନାଥ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ପରିଚାଳନା ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

Leave A Reply

Your email address will not be published.