ପୋଲିସ ଗାଡି ଭାଙ୍ଗିଲେ ଉତ୍ୟକ୍ତ ଲୋକେ

0 1

ଝାରବନ୍ଧ-ମନୋହର ଦାଶ: ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ କରିବାରୁ ପୋଲିସ ଗାଡି ଭାଙ୍ଗିଲେ ଉତ୍ୟକ୍ତ ଲୋକେ l ଦୂର୍ଗାପୂଜା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ପୋଲିସ କହିବାରୁ ଲୋକେ ଉତ୍ୟକ୍ତ ହୋଇ ପୋଲିସ ଗାଡିକୁ ଭାଙ୍ଗି ଦେଇଥିବା ଘଟଣା ସାମ୍ନାକୁ ଆସିଛି ।

ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଡଭା ଗାଁରେ ମା ଦୁର୍ଗାଙ୍କ ପୂଜାର୍ଚ୍ଚନା ଚାଲିଥିବା ବେଳେ ଗତ ରାତ୍ରି 9 ଟା ରେ ମଣ୍ଡପ ସମ୍ମୁଖରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିଲା । ଉକ୍ତ କାର୍ଯ୍ୟକ୍ରମରେ ପ୍ରବଳ ଭିଡ଼ ଲାଗିରହିଥିବା ଖବର ପାଇ ଝାରବନ୍ଧ ପୋଲିସ ଡଭା ଗାଁ କୁ ଯାଇ ଲୋକଙ୍କୁ ବୁଝାସୁଝା କରି ସାଂସ୍କୃତିକ କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ କହିଥିଲା ହେଲେ ସେଠାରେ ଉପସ୍ଥିତ ଲୋକେ ପୋଲିସର୍ କଥା କୁ ନଶୁଣି ଉତ୍ୟକ୍ତ ହୋଇ ପୋଲିସକୁ ଗାଳିଗୁଳଜ କରିବା ସହ ପୋଲିସ ଭ୍ୟାନକୁ ଭାଙ୍ଗି ଦେଇଥିଲେ । କରୋନା ଗାଇଡ଼ ଲାଇନ ମଧ୍ୟରେ ପୂଜାର୍ଚ୍ଚନା କରିବା ପାଇଁ ସରକାର ନିୟମ କରିଥିବା ବେଳେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ପୋଲିସ ଲୋକଙ୍କୁ ବୁଝାଇବାକୁ ଯାଇ ଆକ୍ରୋସର ଶିକାର ହୋଇଛି ଝାରବନ୍ଧ ପୋଲିସ ।

Leave A Reply

Your email address will not be published.