ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : “ସଖୀ” ୱାନ୍ ଷ୍ଟପ୍ ସେଣ୍ଟର ଓ “ଆକାଂକ୍ଷା” ମହିଳା ସଂଗଠନର ମିଳିତ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଅନ୍ଧ ଓ ଉପଶମ ଶିଶୁ ଯତ୍ନ ଅନୁଷ୍ଠାନରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ସପ୍ତାହ ପାଳନ କରାଯାଇଛି।
ଏହି ଉତ୍ସବରେ “ସଖୀ” ୱାନ୍ ଷ୍ଟପ୍ ସେଣ୍ଟରର ପ୍ରଶାସିକା ଶ୍ରୀମତି ଭାଗ୍ୟଲକ୍ଷ୍ମୀ ନାୟକଙ୍କ ପରିଚାଳନାରେ ମୁଖ୍ୟ ଅତିଥି ଭାବେ ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାର ରାଉଳ ଯୋଗଦେଇ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ଅକ୍ଟୋବର ୧୧ ତାରିଖ ବିଷୟରେ ବିଷଦ ବର୍ଣ୍ଣନା କରିବା ସହ ଶିଶୁ ମାନଙ୍କୁ ଶିକ୍ଷା , ସ୍ୱାସ୍ଥ୍ୟ ଓ ସୁରକ୍ଷା କ୍ଷେତ୍ରରେ ଆଗକୁ ଆସିବା ନିମନ୍ତେ ପ୍ରୋତ୍ସାହନ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ “ଆକାଂକ୍ଷା” ମହିଳା ସଂଗଠନର ସମ୍ପାଦିକା ଶ୍ରୀମତୀ ମୀନାକୁମାରୀ ଟହଲ , ଉପଦେଷ୍ଟା ଶ୍ରୀମତି ସ୍ୱର୍ଣ୍ଣପ୍ରଭା ପାଠୀ , ଉପ-ସଭାନେତ୍ରୀ ଅନିତା ମିଶ୍ର , ଶିଶୁ କଲ୍ୟାଣ ସମିତି ସଦସ୍ୟ ଶ୍ରୀମତି ଅଳକା ସାହୁ ଯୋଗଦେଇ କନ୍ୟା ଶିଶୁଙ୍କର ଯତ୍ନ ଓ ଅଧିକାର ଉପରେ ବର୍ଣ୍ଣନା କରିଥିଲେ।
ସଭାର ଶେଷଭାଗରେ କନ୍ୟା ଶିଶୁ ମାନଙ୍କର ଦକ୍ଷତା ଉପରେ ଏକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ ପ୍ରଥମ , ଦ୍ୱିତୀୟ , ତୃତୀୟ ସ୍ଥାନ ବିଜେତା ମାନଙ୍କୁ ଉପସ୍ଥିତ ଅତିଥି ମାନେ ପୁରସ୍କାର ବଣ୍ଟନ କରାଯିବା ସହ ଉପସ୍ଥିତ ସମସ୍ତ ଛାତ୍ରୀ ମାନଙ୍କୁ ଖାତା , କଲମ୍ , ବିସ୍କୁଟ ବଣ୍ଟନ କରାଯାଇଥିଲା ଏବଂ ଶିଶୁ କନ୍ୟା ମାନଙ୍କୁ ସଚେତନ କରାଯିବା ସହ ସେମାନଙ୍କୁ ନିଜ ଭବିଷ୍ୟତ ଗଢିବା ନିମନ୍ତେ ବେଶ ଉତ୍ସାହ ପ୍ରଦାନ କରାଯାଇଥିଲା। ଶେଷରେ ଶ୍ରୀମତୀ ସୁପ୍ରଭା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ନବଜୀବନ ଶିଶୁ ଅନୁଷ୍ଠାନର ବି. ଜୟଲଷ୍ମୀ , ପ୍ରଭାସିନୀ ଲିମା , ସୁନିତା ରଥ , ମୋନାଲିସା ବେହେରା ଓ ହରିକୃଷ୍ଣ ଚୌଧୁରୀ ଉପସ୍ଥିତ ରହି ସଭାକୁ ସଫଳ ମଣ୍ଡିତ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post