ଭୁବନେଶ୍ୱର(ଶାସକ ପ୍ରଶାସକ) ସ୍ୱର୍ଗତ ଗୁରୁ ଗୋପିକୃଷ୍ଣ ବେହେରାଙ୍କ ୯୧ତମ ଜୟନ୍ତି ଉତ୍ସବ ପାଳିତ ହୋଇ ଯାଇଛି । ଗୋପିକୃଷ୍ଣ ଫାଉଣ୍ଡେସନ ଦ୍ୱାରା ତୃତୀୟ ବର୍ଷର ଗୁରୁ ଗୋପିକୃଷ୍ଣ ଉତ୍ସବ-୨୦୨୧ ଗୁରୁ କେଳୁଚରଣ ମହାପାତ୍ର ଗବେଷଣା କେନ୍ଦ୍ର ପରିସର ଉତ୍କଳ ରଙ୍ଗମଞ୍ଚ ପ୍ରେକ୍ଷାଳୟରେ ଆୟୋଜନ କରାଯାଇଥିଲା । କରୋନା କଟକଣାକୁ ପାଳନ କରି ଗୋପିକୃଷ୍ଣ ଫାଉଣ୍ଡେସନର କର୍ମକର୍ତ୍ତା ଗୁରୁଙ୍କୁ ସ୍ମରଣ କରି ନିରାଡମ୍ବର ଭାବରେ ସଭାକାର୍ଯ୍ୟ ଆୟୋଜନ ତଥା ପରିଚାଳନା କରିଥିଲେ । ଉକ୍ତ ସଭାରେ ବରେଣ୍ୟ ଅତିଥିଭାବେ ଭୁବନେଶ୍ୱର ଏସିପି ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ସେଠୀ, ଖୋର୍ଦ୍ଧାର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଦିଲ୍ଲିପ ଶ୍ରୀଚନ୍ଦନ, ଓଡିଶା ସରକାରଙ୍କ ସମବାୟ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀଯୁକ୍ତ ଭରତ ଚନ୍ଦ୍ର ବେହେରା, ପ୍ରଫେସର ଶ୍ରୀଯୁକ୍ତ ଜଗନ୍ନାଥ କୁଅଁର, ଗୁରୁ ଶ୍ରୀମତୀ ସଙ୍ଗୀତା ଗୋସ୍ୱାଇଁ, ଗୁରୁ ଶ୍ରୀମତୀ ସ୍ନେହପ୍ରଭା ସାମନ୍ତରାୟ, ଗୁରୁ ଶ୍ରୀଯୁକ୍ତ ବିମ୍ବାଧର ଦାସ, ଗୁରୁ ଶ୍ରୀମତୀ ଜ୍ୟୋତି ରାଉତ, ଗୁରୁ ଶ୍ରୀଯୁକ୍ତ ଲକ୍ଷ୍ମୀକାନ୍ତ ପାଲିତ୍, ବିଶିଷ୍ଟ କଳାକାର ଶ୍ରୀଯୁକ୍ତ ଦୈତାରୀ ପଣ୍ଡା, ଗୁରୁ ଶ୍ରୀଯୁକ୍ତ ରତିକାନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ ଉତ୍ସବରେ ଓଡିଶାର ବହୁ ବିଶିଷ୍ଟ କଳାକାର ବୃନ୍ଦ ଯୋଗଦେଇ ଗୁରୁ ଗୋପିକୃଷ୍ଣ ବେହେରାଙ୍କ ସ୍ମୃତିଚାରଣ କରିଥିଲେ ।
ଗୋପିକୃଷ୍ଣ ଫାଉଣ୍ଡେସନର ସଭାପତି ବିଶିଷ୍ଟ ମର୍ଦ୍ଧଳ ଗୁରୁ ଶ୍ରୀଯୁକ୍ତ ଧନେଶ୍ୱର ସ୍ୱାଇଁ ଏବଂ ସଂପାଦକ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଲାଲାବିରେନ୍ ରାୟ ସଭାକାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରିଥିଲୋ ଗୁରୁ ଶ୍ରୀଯୁକ୍ତ ନିରଞ୍ଜନ ରାଉତ, ଗୁରୁ ଶ୍ରୀଯୁକ୍ତ ସନାତନ ନାୟକ, ଗୁରୁ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଦାସ ଏବଂ ଶ୍ରୀଯୁକ୍ତ ଗୟାଧର ସାହୁ ଓ ଓଡିଶାର ବହୁ ବିଶିଷ୍ଟ କଳାକାର ବୃନ୍ଦ ଉକ୍ତ ଉତ୍ସବରେ ସମସ୍ତ ସହଯୋଗ ଓ ସହାୟତାର ହାତ ବଢାଇ ଉତ୍ସବକୁ ସାଫଲ୍ୟମଣ୍ଡିତ କରିଥିଲେ । ସଭାମଞ୍ଚର ବିଶିଷ୍ଟ ଅତିଥିମାନେ ଗୁରୁ ଗୋପିକୃଷ୍ଣ ବେହେରାଙ୍କ ଅତୁଳନୀୟ ଅବଦାନ ସମଗ୍ର କଳାଜଗତ ପାଇଁ ଚିରସ୍ମରଣୀୟ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ । ପ୍ରତିବର୍ଷ ଗୁରୁଙ୍କର ଉକ୍ତ ଜୟନ୍ତି ଉତ୍ସବ ପାଳନ କରାଯିବା ପାଇଁ ଉପସ୍ଥିତ ଅତିଥିମାନେ ଫାଉଣ୍ଡେସନର କର୍ମକର୍ତ୍ତାମାନଙ୍କୁ ପ୍ରସ୍ତାବ ଦେଇଥିଲେ । ଗୁରୁଙ୍କ ପ୍ରତିମୂର୍ତ୍ତୀ ନିର୍ମାଣ ନିମନ୍ତେ ସରକାରଙ୍କ ସଂସ୍କୃତି ବିଭାଗକୁ ଏକ ସ୍ମାରକ ପତ୍ର ଦେବା ପାଇଁ ପ୍ରସ୍ତାବରେ କଳାକାରମାନେ ଏକମତ ହୋଇଥିଲେ । ଫାଉଣ୍ଡେସନର ଆଗାମୀ କାର୍ଯ୍ୟକ୍ରମ ଓ ପଦକ୍ଷେପଗୁଡିକୁ ସଫଳ କରିବା ପାଇଁ କର୍ମକର୍ତ୍ତାମାନେ ବଦ୍ଧପରିକର ହୋଇ ସମ୍ମତି ପ୍ରଦାନ କରିଥିଲେ । ଉପସ୍ଥାପନା ଓ ମଞ୍ଚ ପରିଚାଳନା କରିଥିଲେ ଶୁଶ୍ରୀ ଅନ୍ନଦା ରାୟ ଓ ଗୁରୁ ଶ୍ରୀଯୁକ୍ତ ନେମାକାନ୍ତ ରାଉତରାୟ । ଉତ୍ସବ ଶେଷରେ ଗୁରୁ ନିତ୍ୟାନନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.