ନୂଆପଡ଼ାରୁ ଯଶୋବନ୍ତ କୁମାର : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଜାମଗାଁ ଠାରେ ଇଷ୍ଟଦେବୀ ମାଁ ଚୋଟୀବୁଢ଼ୀଙ୍କ ଅଗ୍ନିଯାତ୍ରା ସମ୍ପନ ହୋଇଛି । ମାଁଙ୍କର ଅଲୌକିକ ଲୀଳା ଓ ଅଗ୍ନିଯାତ୍ରା ଦର୍ଶନ କରିବା ପାଇଁ ବିଭିନ୍ନ ଗ୍ରାମରୁ ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କର ସମୋରୋହ ହୋଇଥିଲା । ଅନେକ ମାନସିକ ଧାରୀ ମାନେ ନିଜର ଇଚ୍ଛା ପୂରଣ କରିବା ପାଇଁ ମାଙ୍କୁ ଦର୍ଶନ କରିବା ସହ ଜଣାଇଥିଲେ । ଗୋଟିଏ ସପ୍ତାହ ପୂର୍ବରୁ ଅଗ୍ନିଯାତ୍ରା ପାଇଁ ଝାଙ୍କର ଭୁଜବଲ ଭୋଇଙ୍କୁ ମାଁ ଆଦେଶ ଦେଇଥିଲେ । ତାଙ୍କ ଆଦେଶକୁ ଶୁଣି ଗ୍ରାମର ସମସ୍ତ ଜନସାଧାରଣଙ୍କ ମନ ମଧ୍ୟରେ ଆନନ୍ଦର ଲହରୀ ଉଠିଥିଲା । ଏହି ଅଗ୍ନିଯାତ୍ରା କାର୍ଯ୍ୟକ୍ରମରେ ଝାଙ୍କର ଭୁଜବଲ ଭୋଇ,ଧବଳେଶ୍ବର ଭୋଇ,ପୁସ୍ତମ ଭୋଇ,ଭୋଳାନାଥ ଭୋଇ,ମୋହନ ଭୋଇ,ଯୋଗେଶ୍ୱ ଭୋଇ,ପୂର୍ବ ବିଧି କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିଥିବା ବେଳେ ଦିଆରୀ ଭାବରେ ଯୁଧିଷ୍ଠିର କଟା,ନବର୍ଣ ଠେଲା,ନେତ୍ର ଭୋଇ,ହୀରାଲାଲ ଭୋଇ,ଭରତ ଭୋଇ,ହୃଦୟ ଭୋଇ,ଶାନ୍ତି ଭୋଇ, ଧୀରେନ୍ଦ୍ର ଚିନ୍ଦା,ତପେ ଠେଲା,କିସମ ଠେଲା,ଆଦିଙ୍କ ଦେହରେ ମାଁ ବିରାଜମାନ କରିଥିଲେ । ଶାନ୍ତି ଭକ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ମୁରଲୀଧର କଟା,ଗଙ୍ଗାରାମ ସଗରିଆ,ପୁନ୍ୟ କଟା,ଯଦୁମଣି ଭୋଇ,ସତ୍ୟବାନ ଭୋଇ,ରଶ୍ମିରଞ୍ଜନ କଟା,ଜଗଦୀଶ ନାଗ,ବ୍ରଜ କଟା,ମୂଳଚନ କଟା,ଦୁର୍ଲଭ କଟା,ପୁନ୍ୟ ନାଗ,ଦେବରାଜ କଟା, ହେତୁରାମ ଭୋଇ,ନେତ୍ର ଭୋଇ, ଡୋଲାମଣି ଯାଦବ,ଗୁପ୍ତେସ୍ୱର ଜଗତ,କୃଷ୍ଣ ସା,ଦୁଷ୍ମନ୍ତ ଠେଲା,ସୁବାସ ଠେଲା,ପ୍ରମୁଖ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.