ଗାୟତ୍ରୀ ଶକ୍ତିପୀଠ ଚଲାନପଡା ଠାରେ ନବରାତ୍ର ବ୍ରତ ସମାପନ

0 2

ନୂଆପଡ଼ାରୁ ଯଶୋବନ୍ତ କୁମାର : ପବିତ୍ର ଶାରଦୀୟ ନବରାତ୍ରୀ ସୁଅବସର ରେ ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଚଳାନପଡ଼ା ଗାୟତ୍ରୀ ଶକ୍ତିପୀଠ ଠାରେ ଗତ ତା- 07/10/2021ରିଖ ଆଶ୍ୱିନ ଶୁକ୍ଳ ପ୍ରତିପତା ଠାରୁ ତା -14/10/2021ରିଖ ଆଶ୍ୱିନ ଶୁକ୍ଳ ନବମୀ ପର୍ଯ୍ୟନ୍ତ ଚାଲିଥିବା ଗାୟତ୍ରୀ ସାଧନା ଅନୁଷ୍ଠାନ ର ଉଦଯାପନୀ ଦିବସ Covid 19 ନିୟମ କୁ ମାନି ସୀମିତ ପରିଜନ ମାନଙ୍କୁ ନେଇ ଶେଷ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଶକ୍ତିପୀଠ ଠାରେ ଏକ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇ ବ୍ରତପାଳନ ଧାରି ମାନେ ନବରାରତ୍ରୀ ବ୍ରତ ସମାପନ କରିଥିଲେ l ଶକ୍ତିପୀଠ ର ବରିଷ୍ଠ ର କାର୍ଯ୍ୟକର୍ତା (ପରିବ୍ରାଜକ )ଶ୍ରୀଯୁକ୍ତ ଦୟାନିଧି ବାରିକ ଯଜ୍ଞ ସଂଚାଳନ କରିଥିଲେ,କାର୍ଯ୍ୟକ୍ରମ ରେ ଶ୍ରୀଯୁକ୍ତ ପରମାନନ୍ଦ ରାଉତରାୟ,ଶ୍ରୀମତୀ କ୍ଷୀରସିନ୍ଧୁ ସିଂହ ଵାଲା ବାରିକ,ଗୀତାଞ୍ଜଳି ବାରିକ,କୁମଞ୍ଜଳି ବାରିକ,ମିନୁକୁମାରୀ ରାଉତରାୟ,କୁଲିଗାଁ,ସାନମାହେଶ୍ୱର ରୁ ସନାତନ ଶବର ଙ୍କ ସହିତ ଅନ୍ୟାନ୍ୟ ପରିଜନ ଏବଂ ଅନେକ ମହିଳା ପରିଜନ ଅଂଶ ଗ୍ରହଣ କରିଥିଲେ l

Leave A Reply

Your email address will not be published.