ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ରେଳ ଷ୍ଟେସନ ପାର୍ଶ୍ୱରେ ଥିବା ସ୍ଥାନୀୟ ତାରା ତାରିଣୀ ମନ୍ଦିର ପରିସରରେ ଏକ କନ୍ୟା ସଚେତନତା କାର୍ଯ୍ୟକ୍ରମ ସହ ଗଜପତି କଳା ପରିଷଦର କଣ୍ଠଶିଳ୍ପୀ ମାନଙ୍କ ଦ୍ଵାରା ଭକ୍ତିସଂଗୀତ ସମାରୋହ ଆୟୋଜିତ ହୋଇଥିଲା।
ପ୍ରଗତିର ସଭାନେତ୍ରୀ ଡି.ପ୍ରୀୟଙ୍କାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ପଣ୍ଡିତ ନରସିଂହ ଗୌଡ଼ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଜେ.ନର୍ମଦା ଦାଶ , ସ୍ଵତନ୍ତ୍ର ଅତିଥି ଭାବେ ଶ୍ରୀମତୀ ପୂର୍ଣ୍ଣବାସୀ ବେହେରା , ସମ୍ମାନିତ ଅତିଥି ମମତା ପାଢ଼ୀ , ଅନ୍ୟତମ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ,ଗଜପତିର ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା , ଗୁରୁ ନୃସିଂହ ପ୍ରସାଦ ପାଢ଼ୀ ପ୍ରଭୃତି ଯୋଗ ଦାନ କରିଥିଲେ। ସମ୍ପାଦିକା ତନୁଜା ଶତପଥୀ , ସନ୍ତୋଷ ବେହେରା ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.