ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ , ଅନୁଗୋଳର ସାଙ୍ଗଠନିକ ବୈଠକ

0

ଅନୁଗୋଳ/ ସନ୍ତୋଷ ମେହେର : ଅନୁଗୋଳ ଗୋପବନ୍ଧୁ ପାର୍କ ଠାରେ ଓଡିଶା ସରକାରୀ ଚୁକ୍ତଭିତ୍ତିକ କର୍ମଚାରୀ ମହାସଂଘ ଅନୁଗୋଳ ଶାଖାର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଚୁକ୍ତଭିତ୍ତିକ କର୍ମଚାରୀଙ୍କ ଦାବି କୁ ହୃଦୟଙ୍ଗମ କରି କ୍ୟାବିନେଟ୍ ରେ ଏକ ଉତ୍ସାହ ପୂର୍ଣ୍ଣ ପଦକ୍ଷେପ ନେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ କୁ ସ୍ଵାଗତ ଜଣାଇବା ସହିତ ଧନ୍ୟବାଦ୍ ଜ୍ଞାପନ କରାଯାଇଥିଲା।
ଓଡ଼ିଶା ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ, ଅନୁଗୋଳ ତରଫରୁ ସଭାପତି ପରେଶ ଚନ୍ଦ୍ର ପ୍ରଧାନ , ଉପସଭାପତି – ନିପୁନ ନିକାଞ୍ଚନ ବିଶ୍ଵାଳ, ସମ୍ପାଦକ – ରଚନା ପ୍ରଧାନ , ସହ ସମ୍ପାଦକ – ଟୁକୁନା ବେହେରା , କୋଷଧକ୍ଷ – ବିକାଶ ଚନ୍ଦ୍ର ସାହୁ , ଗଣମାଧ୍ୟମ ସମ୍ପାଦକ – ସମିର୍ ରଞ୍ଜନ ସାହୁ , ସୋସିଆଲ ମିଡ଼ିଆ ସମ୍ପାଦକ – ଅଭିଜିତ ପ୍ରସାଦ ସାହୁ , ଶରତ କୁମାର ସାହୁ, ଜପୃନ୍ କୁମାର ପ୍ରଧାନ, ଜ୍ଞାନରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ ସରକାର ଙ୍କ ଦ୍ଵାରା ବର୍ଦ୍ଧିତ ସୁବିଧା ସୁଯୋଗ କୁ ୧/୧/୨୦୧୬ ରୁ ଲାଗୁ କରିବା ସହ ୬ ବର୍ଷ ଚୁକ୍ତଭିତ୍ତିକ ସମୟକୁ ଚାକିରି ସମୟରେ ମିଶାଇବା ପାଇଁ ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀ ଙ୍କ ତରଫରୁ ଓଡ଼ିଶାର ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି |

Leave A Reply

Your email address will not be published.