ଭଦ୍ରକ ଜିଲ୍ଲାରେ ମା ଦୁର୍ଗାଙ୍କର ପୂଜା ।

0

ଭଦ୍ରକ, ବ୍ଲକ (ସୀତାକାନ୍ତ ପାଢ଼ୀ):-ଶାରଦୀୟ ଦୁର୍ଗା ପୂଜା ପାଇଁ ଉତ୍ସବ ମୁଖରିତ ହୋଇ ପଡିଛି ଭଦ୍ରକ ସହର. ତେବେ କରୋନା କଟକଣା ପୂଜାର ମାହୋଲ କୁ ସମ୍ପୃନ୍ନ ଫିକା କରି ଦେଇଛି. ସବୁ ପୂଜା ମଣ୍ଡପ ର କର୍ମକର୍ତା ମାନେ କୋଭିଡ ନିୟମ କୁ ମାନି ମା ଦୁର୍ଗା ଙ୍କୁ ପୂଜାର୍ଚନା କରୁଛନ୍ତି. ଆଜି ହେଉଛି ମା ଙ୍କ ମହା ମହାଷ୍ଟମୀ ପୂଜା. ପୂଜା ମଣ୍ଡପ ରେ 7 ଜଣ ରହି ପୂଜା କରୁଛନ୍ତି. ତେବେ ଭଦ୍ରକ ସହର ରେ 23 ଗୋଟି ପୂଜା ମଣ୍ଡପ ରେ ମା ଙ୍କ ପୂଜାର୍ଚନା ଚାଲିଛି.କୌଣସି ପୂଜା ମଣ୍ଡପ ରେ ସାଜ ସଜା ନାହିଁ କି ଶ୍ରଦ୍ଧାଳୁ ମାନଙ୍କର ଭିଡ଼ ମଧ୍ୟ ନାହିଁ. ସେହିପରି ଏହି ପୂଜା କୁ ଶାନ୍ତି ଶୃଙ୍ଖଲା ର ସହିତ ପାଳନ ପାଇଁ 9 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି.ତେବେ ମହାଷ୍ଟମୀ ପୂଜା ରେ ଭଦ୍ରକ ସହରସ୍ଥ ସମସ୍ଥ ପୂଜା ମଣ୍ଡପ ରେ ପୂଜା ଅର୍ଚ୍ଚନା ଚାଲୁରହିଛି।

Leave A Reply

Your email address will not be published.