ଖଡ଼ିଆଳ ରାଜପ୍ରସାଦ ପାଟଖଣ୍ଡାଙ୍କ ଖଣ୍ଡା ଧୁଆଯାତ୍ରା

0

ନୂଆପଡ଼ାରୁ ଯଶୋବନ୍ତ କୁମାର:  ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରାଜ ପ୍ରସାଦ ରେ ପଟଖଣ୍ଡା ପୂଜା ପାଉଥିବା ବେଳେ ପବିତ୍ର ଦଶହରା ପର୍ବରେ ପଟଖଣ୍ଡାଙ୍କ ଖଣ୍ଡା ଧୁଆଯାତ୍ରା ଅନୁଷ୍ଠିତ ହୋଇଥାଏ। ଆଶ୍ଵିନ ମାସ ପବିତ୍ର ସପ୍ତମୀ ତିଥିରେ ପଟଖଣ୍ଡାଭେକ ପଳେଙ୍କିରେ ବିଜେ କରି ସେବେତ ଦ୍ଵାରା ଖଡ଼ିଆଳ ବିଶିବନ୍ଧ ଙ୍କୁ ଯାଇଥାନ୍ତି। ସେଠାରେ ଚାରି ଗୋଟି ଖଣ୍ଡା ଙ୍କ ସ୍ନାନ କରି ପୁଣି ରାଜପ୍ରାସାଦ କୁ ପ୍ରତ୍ୟବର୍ତ୍ତନ କରିଥାନ୍ତି। ସେବାୟତ ମାନେ ଆଣି ପାରମ୍ପରିକ ରୀତି ନୀତି ଅନୁସାରେ ପଟଖଣ୍ଡାଙ୍କୁ ସ୍ଥାପନ କରି ତିନି ଦିନ ପୂଜାପାଇଥାନ୍ତି। ରାଜପ୍ରସାଦ ଭିତରେ ପଟଖଣ୍ଡା ପୂଜା ପାଉଥିବା ବେଳେ ବାହାରେ ମାଁ ସମଲେଶ୍ଵରୀ, ମାଁ ରକ୍ତାମ୍ବରୀ ପୂଜା ପାଉଛନ୍ତି। ଏହି ପଟଖଣ୍ଡା ଙ୍କ ପାଳେଙ୍କି ଯାତ୍ରା ଦେଖିଲେ ନିଜ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ୪ ଗୋଟି ଖଣ୍ଡା ପଳେଙ୍କିରେ ବିଜେ କରି ସ୍ନାନ କରିବାକୁ ଯାଉଥିବା ଯୁବରାଜ ଦେବ ଦେଵ ସିଂ ଦେଓ ପ୍ରକାଶ କରିଛନ୍ତି। 

Leave A Reply

Your email address will not be published.