ଭୁବନେଶ୍ୱର: ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ହେଉଛି ଗଣ୍ଠିରେ ପ୍ରଦାହ ବା ଇନଫ୍ଲାମେସନ । ଏହା ଦୈନନ୍ଦିନ ଶାରୀରିକ କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଉଥିବା ବେଳେ ଯେ କୌଣସି ବୟସର ବ୍ୟକ୍ତିଙ୍କୁ ଏହି ରୋଗ ଆକ୍ରାନ୍ତ କରିଥାଏ ବୋଲି ମଙ୍ଗଳବାର ବିଶ୍ୱ ଆର୍ଥ୍ରାଇଟିସ୍ ଦିବସ ଅବସରରେ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ବିଶେଷଜ୍ଞମାନେ ମତ ଦେଇଛନ୍ତି ।
ପ୍ରାୟ ୧୦୦ ରୁ ଅଧିକ ପ୍ରକାରର ଆର୍ଥ୍ରାଇଟିସ୍ ରୋଗ ରହିଥିବା ବେଳେ ଏହା ସଂକ୍ରମକ ନୁହେଁ । କିନ୍ତୁ ଯଥାଶୀଘ୍ର ଚିକିତ୍ସା ଦ୍ୱାରା ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଲୋକ ରୋଗ ମୁକ୍ତ ହୋଇପାରିବେ ବୋଲି ହସ୍ପିଟାଲର ଇମ୍ୟୁନୋଲୋଜି ଓ ରୁ୍ୟମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡଃ) ପ୍ରଦୀପ୍ତ ଶେଖର ପାତ୍ର କହିଛନ୍ତି । ଏହି ସଚେତନତା କାର୍ଯ୍ୟକ୍ରମରେ ୬୦ ରୁ ଉର୍ଧ୍ଵ ରୋଗୀ ଉପସ୍ଥିତ ଥିଲେ ।
ରୁ୍ୟମାଟୋଲୋଜି ହେଉଛି ଏହି ରୋଗର ମୁକାବିଲା କରିବା ନିମନ୍ତେ ସ୍ୱାସ୍ଥ୍ୟ ବିଜ୍ଞାନର ଏକ ନୂତନ ବିଭାଗ । ମୁଖ୍ୟତଃ ମହିଳମାନେ ଏହି ରୋଗରେ ଅଧିକ ରୋଗାକ୍ରାନ୍ତ ହେଉଛନ୍ତି ବୋଲି ସେ କହିଛନ୍ତି ।
ଏହି ଅବସରରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ କହିଥିଲେ ଯେ ଅନିୟମିତ ଜୀବନଶୈଳୀ ତଥା ଗୋଟିଏ ସ୍ଥାନରେ ଅଧିକ ସମୟ ବସି ରହିବା ଏହି ରୋଗର ମୁଖ୍ୟ କାରଣ ଯାହାକି ବର୍ତମାନ ଆଧୁନିକ ବିଶ୍ୱରେ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ଲୋକମାନେ ଏହି ସବୁଥିରୁ ନିବୃତ ରହିବା ପାଇଁ ବାଡି ବଗିଚା ଭଳି କାର୍ଯ୍ୟରେ ସମୟ ଦେବା ଜରୁରୀ ବୋଲି ସେ କହିଛନ୍ତି ।
ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସମାନ୍ତସିଂହାର କହିଥିଲେ ଯେ ହସ୍ପିଟାଲ୍ର ଇମୁ୍ୟନୋଲୋଜି ଓ ରୁ୍ୟମାଟୋଲୋଜି ବିଭାଗ ଖୁବ୍ କାର୍ଯ୍ୟକ୍ଷମ । ଏଠାରେ ଗୋଟିଏ ଛାତ ତଳେ ଆର୍ଥ୍ରାଇଟିସ୍ ରୋଗୀମାନେ ଉତମ ଚିକିତ୍ସା ପାଇପାରୁଛନ୍ତି ।
ଏହି ଅବସରରେ ହସ୍ପିଟାଲର ନ୍ୟୁଟ୍ରିସନ ଓ ଡାଏଟିକ୍ସ ବିଭାଗର ମୁଖ୍ୟ ଶ୍ରୀମତି ପୁଷ୍ପାଞ୍ଜଳି ମିଶ୍ର ଏବଂ ଫିଜିଓଥେରାପିଷ୍ଟ ଶ୍ରୀମତି ପ୍ରତିଭା ମହାନ୍ତି ମଧ୍ୟ ଯୋଗ ଦେଇ ରୋଗୀମାନଙ୍କ ଉଦେ୍ଧଶ୍ୟରେ ବକ୍ତବ୍ୟ ରଖିଥିଲେ ।
ଏହି କାର୍ଯ୍ୟକ୍ରମରେ ରୋଗୀମାନଙ୍କୁ ମାଗଣାରେ ପରାମର୍ଶ ଓ ଚିକିତ୍ସା ମଧ୍ୟ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.