ନୂଆପଡା ରୁ ଯଶୋବନ୍ତ କୁମାର : ବିଭିନ୍ନ ଦାବି ନେଇ ନୂଆପଡା ଜିଲ୍ଲା ଓବିସି ମଞ୍ଚ ପକ୍ଷରୁ ନୂଆପଡା ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ ଓ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଓବିସି ମଞ୍ଚର ଅଭିଯୋଗ ଅନୁଯାୟୀ ଭାରତ ବର୍ଷର ଓବିସି ନାଗରିକଙ୍କୁ ଶିକ୍ଷା, ନିଯୁକ୍ତି, ରାଜନୀତି ଅନ୍ୟାନ୍ୟ କ୍ଷେତ୍ରରେ ୨୭% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଥିବା ବେଳେ, ଓଡିଶା ସରକାର ଅଣଦେଖା କରିଚାଲିଛନ୍ତି । ଗଣତନ୍ତ୍ରକୁ ହତ୍ୟା କରି ଓବିସି ବର୍ଗର ଲୋକଙ୍କୁ ସରକାରଙ୍କ ଏକାଧିକ ଜନମଙ୍ଗଲ ଯୋଜନାରୁ ବଞ୍ଚିତ କରୁଛନ୍ତି ସରକାର । ନିକଟରେ ପଞ୍ଚାୟତ ନିର୍ବାଚନ ବିଗୁଲ ବାଜିଥିବା ବେଳେ, ସରପଞ୍ଚ, ସମିଟିସଭ୍ୟ, ଜିଲ୍ଲା ପରିଷଦ ପଦବୀ ପାଇଁ ସ୍ଥାନ ସରକ୍ଷଣ ବିଧିବ୍ୟବସ୍ଥାରେ ଓବିସି ବର୍ଗ ଙ୍କୁ ସରକାର ଷଡଯନ୍ତ୍ର କରି ମୂଳପୋଛ କରିଛନ୍ତି । ଯାହାକୁ ନେଇ ଓବିସି ବର୍ଗର ନାଗରିକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପାଇଛି । ପ୍ରତ୍ୟେକ ସମାଜର ଓବିସି ବର୍ଗର ନେତୃମଣ୍ଡଳୀ ଦଳମତ ନିର୍ବିଶେଷରେ ସମସ୍ତେ ଏକତ୍ରିତ ହୋଇ ଆଜି ନୂଆପଡା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଜିଲ୍ଲାପାଳ ଙ୍କ ଜରିଆରେ ରାଜ୍ୟପାଳ, ସରକାରଙ୍କୁ ଦାବିପତ୍ର ଦେଇଛନ୍ତି। ଆବାହକ ବିରେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ୩୫୩ ନଂମ୍ବର ଜାତୀୟ ରାଜପଥରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା |
Sign in
Sign in
Recover your password.
A password will be e-mailed to you.