ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶିଶୁ କଲ୍ୟାଣ ସମିତି କାର୍ଯ୍ୟାଳୟର ସଭାଗୃହ ଠାରେ ଗଜପତି ଜିଲ୍ଲାରେ ଗତ ପ୍ରାୟ ୨ ବର୍ଷ ମଧ୍ୟରେ କୋଭିଡ୍ ସମୟରେ ନିଜ ବାପା ଓ ମାଆଙ୍କୁ ହରାଇ ଅନାଥ ହୋଇ ପଡ଼ିଥିବା ଶିଶୁ ମାନଙ୍କୁ ଶନିବାର ଦିନ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି ।
ଏ.ପ୍ରଭାଲ୍ଲୀକା ନାମକ ଜଣେ ବଦାନ୍ୟ ଯୁବତୀ ଯେ , କିଟିସିଏସ୍ : କମ୍ପାନୀରେ ସପଟୱେର ଇଞ୍ଜିନିୟର ଭାବେ କାର୍ଯ୍ୟରତ , ସେ ଏଭଳି ଅନାଥ ଶିଶୁ ମାନଙ୍କୁ ବିଭିନ୍ନ ଆବଶ୍ୟକ ସାମଗ୍ରୀ ରିଲିଫ ଦେବାପାଇଁ ୧ ଲକ୍ଷ ଟଙ୍କା ଜିଲ୍ଲାରେ କୋଭିଡ୍ ସମୟରେ ଅନାଥ ପିଲାଙ୍କ ଯତ୍ନ ଓ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ପ୍ରଭା” ମାଧ୍ୟମରେ ଦେଇଛନ୍ତି ଏବଂ ଆବଶ୍ୟକ ସ୍ଥଳେ ଆହୁରି ଏଭଳି ଯୋଗାଇ ଦେବେ ବୋଲି ଜଣାଇଛନ୍ତି। ଏହି ରିଲିଫ ସାମଗ୍ରୀ ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ ହୋଇଥିବା ୨୦ ଜଣଙ୍କୁ କୀଟ୍ ଆକାରରେ ପ୍ରାୟ ୩ ହଜାର ଟଙ୍କାର ଯଥା:-ମଶାରୀ , ଚପଲ , ଛପାପଟି , ବହି , ଖାତା ପେନ୍ ଓ ଅନ୍ୟାନ୍ୟ ସାମଗ୍ରୀ ଦିଆଯାଇଛି । ଆୟୋଜିତ ବଣ୍ଟନ କାର୍ଯ୍ୟକ୍ରମରେ ପ୍ରଭା ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଏ.ଆପ୍ପାରାଓଙ୍କ ସଭାପତିତ୍ୱରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ଏବଂ ଜିଲ୍ଲା ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାର ରାଉଳ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସପଟୱେର ଇଞ୍ଜିନିୟର ଏ.ପ୍ରଭାଲ୍ଲିକାଙ୍କ ଏଭଳି ବଦାନ୍ୟ ମହତ ପଦକ୍ଷେପ ପ୍ରତି ଭୁୟସୀ ପ୍ରଶଂସା କରିଥିଲେ ।
କୋଭିଡ୍ ଗତ ପ୍ରାୟ ୨ ବର୍ଷ ହେଲାଣି ମାନବ ସମାଜକୁ ଯେଉଁଭଳି ଭାବେ କବଳିତ କରି ରଖିଛି , ସେଥିରେ ଅନେକେ ବାପା-ମାଆଙ୍କୁ ହରାଇ ଅନାଥ ହୋଇ ପଡିଛନ୍ତି । ଯେଉଁ ଅନାଥ ମାନେ କି ଓଳିଏ ଭଲକରି ମୁଠାଏ ଖାଇବାକୁ ନ ପାଇ ଅତି କଷ୍ଟରେ ଜୀବନ ବିତାଉଛନ୍ତି । ସେହି ଅନାଥ ପିଲା ମାନଙ୍କ ପାଇଁ ଏଭଳି ସମୟରେ ରିଲିଫ ସାମଗ୍ରୀ ଦେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ । ଏଭଳି ଅନାଥ ପିଲାମାନଙ୍କ ପ୍ରତି କେବଳ ସରକାରୀ ସ୍ତରରେ ନୁହଁ , ବେସରକାରୀ ସ୍ତରରେ ମଧ୍ୟ ବିଭିନ୍ନ ଅନୁଷ୍ଠାନ ଓ ବଦାନ୍ୟ ବ୍ୟକ୍ତି ମାନେ ଅନାଥ ମାନଙ୍କୁ ରିଲିଫ ଦେବାପାଇଁ ଆଗେଇ ଆସୁଛନ୍ତି ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ କଲ୍ୟାଣ ସମିତିର ବରିଷ୍ଠ ସଦସ୍ୟା ଶ୍ରୀମତୀ ଅଳକା ସାହୁ ମଞ୍ଚାସୀନ ରହି ସମାଜରେ ଏହିଭଳି ଅନେକ ବଦାନ୍ୟ ବ୍ୟକ୍ତି ଓ ଅନୁଷ୍ଠାନ ରହିଛନ୍ତି , ଯେଉଁମାନେ କି , ଏଭଳି ଅନାଥ ମାନଙ୍କ ପ୍ରତି ମନୋବଳ ଦୃଢ଼ ରଖି ବିଭିନ୍ନ ସାହାଯ୍ୟର ହାତ ବଢ଼ାଇ ଆସୁଛନ୍ତି , ଏହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ବୋଲି କହି ଏମିତି ଭାବେ ରହିଥିବା ବହୁ ଅନୁଷ୍ଠାନ ଓ ବଦାନ୍ୟ ବ୍ୟକ୍ତିମାନେ ଅନାଥ ପିଲାମାନଙ୍କୁ ସାହାଯ୍ୟର ହାତ ବଢ଼ାଇବା ପାଇଁ ଆଗେଇ ଆସିବା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବଦାନ୍ୟ ଯୁବତୀ ଇଂ. ଏ: ପ୍ରଭାଲ୍ଲିକାଙ୍କ ମାଆ ଓ ଭାଇ ପ୍ରମୁଖ ମଞ୍ଚାସୀନ ଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମ’କୁ ଜିଲ୍ଲା ଶିଶୁ କଲ୍ୟାଣ ସମିତି’ର ମୋନାଲିସା ଦାସ’ଙ୍କ ସମେତ ଜିଲ୍ଲା ଚାଇଲଡ଼ ଲାଇନ’ର ଏ: ମିନାକ୍ଷୀ ଏବଂ ରାଜେଶ ନାୟକ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.