ପୁରାତନ ଛାତ୍ର/ଛାତ୍ରୀଙ୍କ ଦ୍ଵାରା ସ୍ୱର୍ଣ୍ଣ ଉତ୍ସବପାଇଁ ପ୍ରସ୍ତୁତି ବୈଠକ

0 1

ପାରଳାଖମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶନିବାର ଦିନ ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରସ୍ତାବିତ “ସୁବର୍ଣ୍ଣ ଜୟନ୍ତୀ” ମହୋତ୍ସବ ନିମନ୍ତେ ପ୍ରସ୍ତୁତି ସଭା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।

ଆସନ୍ତା ୧୨ ଡିସେମ୍ବର ୨୦୨୧ ତାରିଖ ରବିବାର ଦିନ ଏହି ଉତ୍ସବଟି ପାଳନ କରାଯିବା ନେଇ ସ୍ଥିର କରାଯାଇଛି ଏବଂ ଏହି ଅବସରରେ ଏକ ସ୍ମରଣିକା ମଧ୍ୟ ଉନ୍ମୋଚନ ହେବା କାର୍ଯ୍ୟକ୍ରମ ରହିଛି।
ପ୍ରାକ୍ତନ ଶିକ୍ଷକ/ଶିକ୍ଷିକା ମାନଙ୍କୁ ଏବଂ ବହୁମୁଖୀ ପ୍ରତିଭାଧର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ସହ ଉପଢୌକନ ପ୍ରଦାନ କରାଯିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଏକାଙ୍କିକା ,ନୃତ୍ୟ ପ୍ରତିଯୋଗିତା ରଖାଯାଇଛି।
ଏହି ସମସ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ଶିକ୍ଷକ/କର୍ମଚାରୀ ମାନଙ୍କ ସହ ପୁରୁଣା ଛାତ୍ର ଛାତ୍ରୀ ମାନେ ପ୍ରମୁଖ ଭୂମିକା ନେଇଛନ୍ତି। ପୁରାତନ ଛାତ୍ର ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ଗଜପତିର ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା , ପୁରାତନ ଛାତ୍ର ଭାଗବତ ପାଢ଼ୀ , ଲିଙ୍ଗରାଜ ଦାସ , ବାବୁଲି ରାଜଗୁରୁ , ବେଣୁମାଧବ ପାଢ଼ୀ , ୱାଇ ଶିବା ରାଓ , ଉମାଚରଣ ରାଉତ , ରଘୁନାଥ ବରାଡ , ଲଳିତ ନାୟକ , ସତ୍ୟନାରାୟଣ ମହାରଣା ପ୍ରଭୃତି ଯୋଗଦାନ କରି ପ୍ରସ୍ତାବିତ କାର୍ଯ୍ୟକ୍ରମ ବିଭିନ୍ନ ଦାୟୀତ୍ବ ଗ୍ରହଣ କରିଥିଲେ।

Leave A Reply

Your email address will not be published.