ବୁଗୁଡ଼ା ( ଡ଼କ୍ଟର କୁମୁଦ ଚନ୍ଦ୍ର ବେହେରା ) ଓଡିଶା ସିଭିଲ ସର୍ଭିସ ପରୀକ୍ଷା ୨୦୧୯ରେ ଅଶ୍ବିନୀ କୁମାର ପଣ୍ଡା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି।ଏହି ପରୀକ୍ଷାରେ ବୁଗୁଡ଼ା ସହରର ଉମାକାନ୍ତ ସାହୁଙ୍କୁ ସଫଳତା ମିଳିଥିବା ବେଳେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି l ବୁଗୁଡ଼ା ସିମାଞ୍ଚଳ ମାର୍ଗର ରବୀନ୍ଦ୍ର ନାଥ ସାହୁ ଓ ମିନତୀ ସାହୁଙ୍କ ଦ୍ଵିତୀୟ ପୁତ୍ର ଉମାକାନ୍ତ ସାହୁ ୨୦୧୯ ଓସିଏସ ପରୀକ୍ଷାରେ ୯୧ତମ ସ୍ଥାନରେ ରହି ସଫଳତା ପାଇଛନ୍ତି। ଓଡିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ୪୭୭୧୯ ଜଣ ଆବେଦନ କରିଥିବା ବେଳେ ୨୫୭୮୦ ଜଣ ପ୍ରବେଶିକା ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୮୮୦ ଜଣ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ୧୬୧୦ ଜଣ ମୁଖ୍ୟ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୩୦୭ ଜଣଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିଲା। ଧାରାବାହିକ ୯ ଦିନ ସାକ୍ଷାତ କାର ପରେ ୧୫୩ ଜଣ କୃତକାର୍ଯ୍ୟ ହୋଇଥିଲେ। ୧୫୩ ଜଣଙ୍କ ମଧ୍ୟରୁ ଓଏଏସ ରେ ୩୦ ଜଣ, ଓଏଫଏସ ରେ ୯ ଜଣ, ଓପିଏସ ରେ ୭ ଜଣ, ଓସିଏସ ରେ ୫ ଜଣ, ଓଆରଏସ( ଗୃପ ବି) ରେ ୮୨ ଜଣ, ଏବଂ ଓଟି ଏଣ୍ଡ ଏଏସ ରେ ୨୦ ଜଣ ନିଯୁକ୍ତି ପାଇବେ।
Sign in
Sign in
Recover your password.
A password will be e-mailed to you.