ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସଭାଗୃହରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ନାଗଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲାସ୍ତରୀୟ ଜାତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସ ପ୍ରକଳ୍ପ ପ୍ରସ୍ତୁତି ପାଇଁ ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ବିଜ୍ଞାନ ନିରୀକ୍ଷକ ତଥା ଜତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସର ଜିଲ୍ଲା ସଂଯୋଜକ ସାତ୍ମିକ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିବା ସଙ୍ଗେ ସଙ୍ଗେ ଚଳିତ ବର୍ଷର ମୁଖ୍ୟ ବିଷୟ “ଧାରଣୀୟ / ପୋଷଣୀୟ ଜୀବନ ଧାରଣ ସକାଶେ ବିଜ୍ଞାନ” ଉପରେ ଆଲୋକପାତ କରି ପ୍ରକଳ୍ପ ପ୍ରସ୍ତୁତି କରିବା ପାଇଁ କହିଥିଲେ।
ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂ ଶାସିତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ପ୍ରଫେସର ଶ୍ରୀ ଜିତେନ୍ଦ୍ରନାଥ ପଟ୍ଟନାୟକ , ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ଶ୍ରୀ ବିନୋଦ ଚନ୍ଦ୍ର ଜେନା , ଗଞ୍ଜାମ ଜିଲ୍ଲାର ପୂର୍ବତନ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ତଥା ସରକାରୀ ଶିକ୍ଷକ ଗୋକୁଳ କୃଷ୍ଣ ପଣ୍ଡା , ଭୌରବି ଉଚ୍ଚ ବିଦ୍ୟାଳୟ ମହୁଡା , ଗଞ୍ଜାମ ପ୍ରଶିକ୍ଷକ ଭାବେ ଯୋଗ ଦେଇ ଆଞ୍ଚଳିକ ସମସ୍ୟାକୁ ଚିହ୍ନଟ କରି ସର୍ଭେ ମାଧ୍ୟମରେ ତଥ୍ୟ ସଂଗ୍ରହ କରି ବୈଜ୍ଞାନିକ ପ୍ରଣାଳୀରେ ପିଲାମାନଙ୍କ ମନରେ ଉଙ୍କି ମାରୁଥିବା ଚିନ୍ତାଧାରାକୁ ଆଧାର କରି ଏହାର ସମାଧାନ କରିବା ସଙ୍ଗେ ସଙ୍ଗେ ଆସନ୍ତା ନଭେମ୍ବର ୪ ତାରିଖରେ ଜିଲ୍ଲାସ୍ତରୀୟ ବିଜ୍ଞାନ କଂଗ୍ରେସରେ ଅଂଶ ଗ୍ରହଣ କରିବା ପାଇଁ ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରଶିକ୍ଷଣ ଦେଇଥିଲେ।
ଏହି ପ୍ରଶିକ୍ଷଣ ଶିବିରରେ ଗଜପତି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୧୧୦ ଜଣ ବିଜ୍ଞାନ ଶିକ୍ଷକ ଅଂଶ ଗ୍ରହଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.