ଯୋଡ଼ା: ଯୋଡ଼ା ନଗର ବିଜେପି ତରଫ ରୁ କେନ୍ଦ୍ରୀୟ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । କିଛି ଦିନ ପୂର୍ବ ରୁ କେନ୍ଦୁଝର ଗସ୍ତରେ ଥିବା ମନ୍ତ୍ରୀଙ୍କୁ ଯୋଡ଼ା ବିଜେପି ର ପ୍ରତିନିଧି ମଣ୍ଡଳ ନଗର ସଭାପତି ସୁଶାନ୍ତ ବେବର୍ତ୍ତା , ଉପସଭାପତି ପାର୍ଥସାରଥୀ ଷଡ଼ଙ୍ଗୀ , ବିଚିତ୍ରାନନ୍ଦ ଦାଶ , ସମ୍ପାଦକ ଅନନ୍ତ ପ୍ରକାଶ ଟୁଡୁ , ନମାମିଗଙ୍ଗେ ସହ ସଂଯୋଜକ ରଞ୍ଜିତ ମହାକୁଡ ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ଓ ପୂର୍ବତନ କେଉଁଝର ଜିଲ୍ଲା ବିଜେପି ସଭାପତି ଶ୍ରୀ ରାଧାକାନ୍ତ ମହାନ୍ତ ଙ୍କ ନେତୃତ୍ୱରେ ଯୋଡ଼ା ଭଳି ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଖଣି ଖାଦାନ ଭରା ଅଞ୍ଚଳ ରେ ଥିବା ଏକମାତ୍ର କେନ୍ଦ୍ରୀୟ ଚିକିତ୍ସାଳୟ କିଭଳି ଅବହେଳିତ ନିଷ୍ପେସିତ ହେଇପଡ଼ିଛି ତାର ପୁନରୁଦ୍ଧାର କରି ଏକ ଅତ୍ୟାଧୁନିକ ଚିକିତ୍ସାଳୟରେ ରୂପାନ୍ତରିତ କରି ତତ୍ ସହିତ ଏକ ନର୍ସିଂ କଲେଜ ସ୍ଥାପନ କରିବା ପାଇଁ ସ୍ମାରକପତ୍ର ଜ୍ଞାପନ କରିଥିଲେ। ପ୍ରକୃତ ଏ ଖଣି ଅଞ୍ଚଳ ଆଦିବାସୀ ଙ୍କ ଅସୁବିଧା କୁ ଉପଲବ୍ଧ କରି ପ୍ରତିଶ୍ରୁତି ରକ୍ଷା କରି ନିଜ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ରେ ପରିବର୍ତ୍ତନ କରି ଆସନ୍ତା ୮ ତାରିଖ ରେ କେନ୍ଦ୍ରୀୟ ଚିକିତ୍ସାଳୟ ପରିଦର୍ଶନ କରିବା ପାଇଁ ଗସ୍ତସୂଚୀ ରଖିଛନ୍ତି । ଏହାକୁ ନେଇ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ଯୋଡ଼ା ଲୋକଙ୍କ ମନରେ ମଧ୍ୟ ଉତ୍ସାହ ବୃଦ୍ଧି ପାଇଛି ଓ ପରିଦର୍ଶନରେ ଆସୁଥିବା ଯୋଗୁ ମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.