ବିଶିପାଲି ଛକରୁ ବେଆଇନ ପଥର ବୋଝେଇ ହାଇୱା ଜବତ,୨୦ ହଜାର ଟଙ୍କା ଜରିମାନା ଆଦାୟ

0

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ତହସିଲ ପକ୍ଷରୁ ରେଢ଼ାଖୋଲ ବ‌ଉଦ ରାସ୍ତାର ବିଶିପାଲି ଛକରୁ ବୁଧବାର ବେଆଇନ ପଥର ବୋଝେଇ ହାଇୱା ଜବତ କରି 20 ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସୂଚନାଯୋଗ୍ୟ ଯେ ଯୁଜୁମୁରା ଅଞ୍ଚଳରୁ ବୌଦ୍ଧ ଅଞ୍ଚଳକୁ ଏକ ହାଇୱା ଗାଡ଼ିରେ ବେଆଇନ ଭାବେ ପଥର ଚାଲାଣ ହେଉଥିଲା । ବିଶିପାଲି ଛକରେ ତହସିଲ ପକ୍ଷରୁ ଚଢ଼ାଉ କରି ଗାଡି ଜବତ କରି ଗାଡି ମାଲିକ ଶୁଭକାନ୍ତ ମହାନ୍ତିଙ୍କ ଠାରୁ ୨୦ ହଜାର ଜରିମାନା ଆଦାୟ କରାଯାଇଛି। ଚଢ଼ାଉରେ ତହସିଲଦାର ବେର୍ସିଅସ ଡୁଙ୍ଗଡୁଙ୍ଗ, ଅତିରିକ୍ତ ତହସିଲଦାର ଅମୂଲ୍ୟ କୁମାର ବାଘ ପ୍ରମୁଖ ଚଢ଼ାଉରେ ସାମିଲ ଥିଲେ।

Leave A Reply

Your email address will not be published.