ବୟନ ଶିଳ୍ପର ବିକାଶ ପାଇଁ ପିଏମ ମିତ୍ର ପାର୍କକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

0

ପିଏମ ମିତ୍ର ପାର୍କ ଓଡିଶାର ବୟନଶିଳ୍ପ ବିକାଶ ପାଇଁ ଅପାର ସମ୍ଭାବନା ଆଣିବ-ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର – ଆଗାମୀ ୫ ବର୍ଷ ମଧ୍ୟରେ ମୋଟ ୪,୪୪୫ କୋଟି ଟଙ୍କା ବ୍ୟୟବରାଦରେ ପ୍ରଧାନମନ୍ତ୍ରୀ ମେଗା ଇଂଟିଗ୍ରେଟେଡ୍ ଟେrଟାଇଲ ରିଜିଓନ ଏଣ୍ଡ୍ ଆପାରେଲ(ପିଏମ ମିତ୍ର) ପାର୍କ ଓଡ଼ିଶା ସମେତ ଦେଶର ବୟନ ଶିଳ୍ପ କ୍ଷେତ୍ରକୁ ଅଧିକ ସଶକ୍ତ କରିବ ଏବଂ ଲକ୍ଷ ଲକ୍ଷ ରୋଜଗାର ସୃଷ୍ଟି କରିବା ସହ ଆତ୍ମନିର୍ଭର ଭାରତ ଅଭିଯାନକୁ ଆଗେଇ ନେବାରେ ସହାୟକ ହେବ ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
କେନ୍ଦ୍ର କ୍ୟାବିନେଟରେ ଏହାକୁ ମଞ୍ଜୁର ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ଦେଶରେ ବିଶ୍ୱସ୍ତରୀୟ ସମନ୍ବିତ ଟେକ୍ସଟାଇଲ ଭାଲ୍ୟୁ ଚେନ୍ ସୃଷ୍ଟି କରିବା, ମେକ୍ ଇନ ଇଣ୍ଡିଆକୁ ସଦୃଢ଼ କରିବା ଏବଂ ଭାରତର ଗୌରବମୟ ହସ୍ତତନ୍ତ, ବୟନଶିଳ୍ପ ଏବଂ ବୁଣାକାର
ପରମ୍ପରାକୁ ଏକ ବିଶ୍ୱ ବଜାର ଯୋଗାଇବା ପାଇଁ ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ୭ଟି ବୃହତ ପିଏମ ମିତ୍ର ଟେକ୍ସଟାଇଲ ପାର୍କ ସ୍ଥାପନ କରିବା ପାଇଁ ମଞ୍ଜୁର ଦେଇଛନ୍ତି । ପିଏମ ମିତ୍ର ପାର୍କ ପ୍ରତିଷ୍ଠା ଦ୍ୱାରା ଓଡିଶାର ବୟନ ଶିଳ୍ପର ବିକାଶ ପାଇଁ ଅପାର ସମ୍ଭାବନା ଅଣାଯାଇପାରିବ । ଏହି ପିଏମ ମିତ୍ର ପାର୍କ ପ୍ରତିଷ୍ଠା ହେଲେ ଓଡ଼ିଶାର ଲକ୍ଷାଧିକ ଲୋକ ରୋଜଗାର ପାଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପିଏମ ମିତ୍ର ପାର୍କ ଇଚ୍ଛୁକ ରାଜ୍ୟ ମାନଙ୍କର ଗ୍ରୀନଫିଲଡ୍ ଓ ବ୍ରାଉନଫିଲ୍ଡ ସ୍ଥାନରେ ପ୍ରତିଷ୍ଠା କରାଯିବ । ମିତ୍ର ପାର୍କ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଅନୁସାରେ ପ୍ରତିଷ୍ଠା ହେବ ଏବଂ ଏଥିପାଇଁ ଉକ୍ତ ରାଜ୍ୟ ସରକାର ୧୦୦୦ରୁ ଅଧିକ ପରିମିତ ଏକର ଜମି ଉପଲବ୍ଧ କରାଇବା ସହ ବୟନ ଶିଳ୍ପ ସହ ଜଡ଼ିତ ଆନୁସଙ୍ଗିକ ବ୍ୟବସ୍ଥା କରିବା । ଭାରତ ସରକାର ଗ୍ରୀନଫିଲ୍ଡ ମିତ୍ର ପାର୍କ ପାଇଁ ପାର୍କ ପିଛା ଡେଭଲପମେଂଟ୍ କ୍ୟାପିଟାଲ ସହଯୋଗ ଆକାରରେ ୫୦୦ କୋଟି ଟଙ୍କା ପ୍ରଦାନ କରିବେ ଏବଂ ବ୍ରାଉନଫିଲ୍ଡ ପାଇଁ ୨୦୦ କୋଟି ଟଙ୍କା ପ୍ରଦାନ କରିବେ । ପ୍ରସ୍ତାବିତ ଗ୍ରୀନ ଫିଲ୍ଡ ସାଇଟ୍ ୩ଟି ରହିଥିବା ବେଳେ ପ୍ରସ୍ତାବିତ ବ୍ରାଉନଫିଲ୍ଡ ସାଇଟ ୪ ଟି ରହିଛି । ଏହି ପାର୍କ ପ୍ରତିଷ୍ଠା ହେଲେ ସ୍ଥାନୀୟ ଅଂଚଳରେ ପ୍ରତିଟି ପାର୍କ ପିଛା ୧ ଲକ୍ଷ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ୨ ଲକ୍ଷ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି |

Leave A Reply

Your email address will not be published.