ପରିବେଶ ସୁରକ୍ଷା ନିମନ୍ତେ ଦିବସଙ୍କୁ ମିଳିଲା ଉପଖଣ୍ଡ ସ୍ତରୀୟ ବିଜୁ ପଟ୍ଟନାୟକ ପୁରସ୍କାର

0

ପଦ୍ମପୁର : ପରିବେଶ ସୁରକ୍ଷା ନିମନ୍ତେ ଉଲ୍ଲେଖନିୟ ଅବଦାନ ପାଇଁ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ତୁମୁରିପାଣି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଦିବସ କୁମାର ସାହୁଙ୍କୁ ୨୦୨୦ ମସିହା ପାଇଁ “ଜଙ୍ଗଲ ଏବଂ ପରିବେଶ ବିଭାଗ,ଓଡିଶା ସରକାରଙ୍କ ତରଫରୁ ପଦ୍ମପୁର ଉପଖଣ୍ଡ ସ୍ତରୀୟ ସମ୍ମାନଜନକ “ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ବିଜୁ ପଟ୍ଟନାୟକ ପୁରସ୍କାର” ପ୍ରଦାନ କରାଯାଇଛି | ଏନେଇ ପାଇକମାଲ ରେଞ୍ଜର ହରିଶଙ୍କର ନାୟକ ଦିବସଙ୍କୁ ନିମନ୍ତ୍ରିତ କରି ୫ ହଜାର ଟଙ୍କାର ଚେକ ପ୍ରଦାନ କରିବା ସହ “ଜଙ୍ଗଲ ଏବଂ ପରିବେଶ ବିଭାଗ” ତରଫରୁ ପ୍ରଦାନ କରାଯାଇଥିବା ମାନପତ୍ର ପ୍ରଦାନ କରିଥିଲେ |
ଏଠାରେ ସୂଚନାଯୋଗ୍ୟ ଯେ ଶିକ୍ଷକ ଦିବସ କୁମାର ସାହୁ ଶିକ୍ଷକତା କରିବା ସହ ଅନେକ ସାମାଜିକ କାର୍ଯ୍ୟ ପାଇଁ ଜଣାଶୁଣା | ତାଙ୍କ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଇକୋ କ୍ଲବ ଗଠନ କରିବା ସହ ପରିବେଶ ସୁରକ୍ଷା ନିମନ୍ତେ ଅନେକ କାର୍ଯ୍ୟକ୍ରମ କରିଆସୁଛନ୍ତି |ଏହାଛଡ଼ା ପରିବେଶ ସୁରକ୍ଷା ନିମନ୍ତେ ପ୍ରତ୍ୟେକ ଛାତ୍ରଛାତ୍ରୀ ମାନଙ୍କ ଜନ୍ମଦିନରେ ବୃକ୍ଷରୋପଣ କରି ସମାଜକୁ ଏକ ସକାରାତ୍ମକ ବାର୍ତା ପ୍ରଦାନ କରିଆସୁଛନ୍ତି.ସ୍ୱଚ୍ଛ ବିଦ୍ୟାଳୟ,ସ୍ୱଚ୍ଛ ଗ୍ରାମ କାର୍ଯ୍ୟକ୍ରମ କରି ଗାଁର ପରିବେଶ ସୁରକ୍ଷା ନିମନ୍ତେ ମଧ୍ୟ ଅନେକ କାର୍ଯ୍ୟ କରିଛନ୍ତି |
ଏହାଛଡ଼ା ଜଙ୍ଗଲ ବିଭାଗକୁ ବିଭିନ୍ନ ସମୟରେ ଜଙ୍ଗଲ ପୋଡ଼ି ବାବଦରେ ସୂଚନା ପ୍ରଦାନ କରିବା ସହ ଅନେକ ବନ୍ୟପ୍ରାଣୀଙ୍କ ଜିବନ ରକ୍ଷା ନିମନ୍ତେ କର୍ତ୍ତବ୍ୟ ପାଳନ କରିଛନ୍ତି, ନିକଟ ଅତୀତରେ ବିଦ୍ୟାଳୟ ଯାଉଥିବା ସମୟରେ ସେ ଏକ ଅଜଗର ସାପ ଫସିଥିବାର ଦେଖି ଜଙ୍ଗଲ ବିଭାଗ କୁ ଯୋଗାଯୋଗ କରି ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସହାୟତା କରିଥିଲେ | ପରିବେଶ ସୁରକ୍ଷା ନିମନ୍ତେ ଅନବରତ ଚେଷ୍ଟିତ ଏଭଳି ଏକ ପ୍ରତିଭାକୁ ଚୟନ କରି ସମ୍ମାନିତ କରିଛନ୍ତି |

Leave A Reply

Your email address will not be published.