ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ଅକ୍ଟୋବର ୫ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ପାଳନ କରାଯାଇଛି ଯଥା :- ମହାବିଦ୍ୟାଳୟ ପରିସରର ସଫେଇ କାର୍ଯ୍ୟକ୍ରମ , ନିକଟସ୍ଥ ମନ୍ଦିର ଧର୍ମାନୁଷ୍ଠାନ ପ୍ରାଙ୍ଗଣରେ ଓ ପରିସର ସଫେଇ , କଠିନ ଆବର୍ଜନା ସଫା କରିବା , ପ୍ଲାଷ୍ଟିକ , ବର୍ଯ୍ୟବସ୍ତୁ ସଂଗ୍ରହ ଆଦି କାର୍ଯ୍ୟକ୍ରମ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ଗୁଡିକରେ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ତଦାରଖ କରିଥିଲେ ଏବଂ ନିଜେ ମଧ୍ୟ ସଫେଇ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରୀ ମାନଙ୍କୁ ଉତ୍ସାହ ଯୋଗାଇଥିଲେ।
ଏହି କାର୍ଯ୍ୟକ୍ରମରେ ଇତିହାସ ବିଭାଗର ବରିଷ୍ଠ ଅଧ୍ୟାପକ ତଥା ଜାତୀୟ ସେବା ଯୋଜନାର ଉପଦେଷ୍ଟା ଡ଼.ନୃସିଂହ ପ୍ରସାଦ ପାଣିଗ୍ରାହୀ , ଏନ୍.ସି.ସି ଅଧ୍ୟାପିକା ଲେଫଟେନେଣ୍ଟ ଅନିତା ପାତ୍ର , ଯୁବରେଡ୍କ୍ରସ ଯୁବ ରେଡକ୍ରସ୍ ପରାମର୍ଶଦାତ୍ରୀ ଶ୍ରୀମତୀ ସଂଯୁକ୍ତା ପାତ୍ର ଯୋଗଦେଇ ଶିକ୍ଷାର୍ଥୀ ମାନଙ୍କୁ ଉତ୍ସାହ ଓ ପ୍ରେରଣା ଯୋଗାଇଥିଲେ।

Leave A Reply

Your email address will not be published.