କୁନି କୁନି ପିଲାଙ୍କ ଗହଣରେ ଗାନ୍ଧୀ ଜୟନ୍ତୀ ପାଳିଲେ ଓଡିଶା ମିଡିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନର ରାୟଗଡ ଶାଖା

0

ରାୟଗଡରୁ ସରୋଜ କୁମାର ସାହୁ: ଆଜି ୧୫୨ ତମ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଓଡିଶା ମିଡିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନର ରାୟଗଡ ଶାଖା ତରଫରୁ ସାଇପ୍ରିୟା ନଗର ଠାରେ ଥିବା ସାଇପ୍ରିୟା ୱେଲଫର ଟ୍ରଷ୍ଟର କାର୍ଯ୍ୟାଳୟ କକ୍ଷରେ ପାଳନ କରାଯାଇଛି । ଓଡିଶା ମିଡିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ରାୟଗଡ ଶାଖାର ସଭାପତି ଶ୍ରୀ ସରୋଜ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ମୂଖ୍ୟ ଅତିଥି ଭାବେ ସ୍ବେଚ୍ଛାସେବୀ ଶ୍ରୀମତୀ ବିଦୁଲତା ହୁଇକା ଯୋଗ ଦେଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଓ ଗାନ୍ଧିଜୀ କିପରି ଦେଶ ସ୍ୱାଧୀନତା କରିବାରେ ନିଜକୁ ଉତ୍ସାର୍ଗୀକୃତ କରିଥିଲେ ସେ ନେଇ ପୁଙ୍ଖାନୁପୁଙ୍ଖ ଭାବେ ଉପସ୍ଥିତ କୁନି କୁନି ପିଲାଙ୍କୁ ବଝାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ସାଇପ୍ରିୟା ୱେଲଫର ଟ୍ରଷ୍ଟର ମହିଳା ସଭ୍ୟ ଶ୍ରୀମତୀ ଗୀତରାଣୀ ମିଶ୍ର, ଟ୍ରଷ୍ଟର ସଭ୍ୟ ଶ୍ରୀ ଟି. ଏନ. ରାଓ, ରାୟଗଡ ପୂର୍ବତନ (ସମାଜ ଖବର କାଗଜ)ର ଜିଲ୍ଲା ପ୍ରତିନିଧି ସ୍ବର୍ଗତ ସାମ୍ବାଦିକ ସୁରେଶ ପାଢ଼ୀଙ୍କ ଧର୍ମପତ୍ନୀ ଶ୍ରୀମତୀ ସ୍ନେହା ପାଢ଼ୀ ମଞ୍ଚାସୀନ ରହି ମହାତ୍ମା ଗାନ୍ଧୀଙ୍କ ସ୍ମୃତି ଚାରଣ କରିଥିଲେ ।

ଏହି ଅବସରରେ ସାଇପ୍ରିୟା ନଗରରେ ରହୁଥିବା ବସ୍ତିର ପ୍ରାୟ ୩୦ ଜଣ କୁନି କୁନି ପିଲାଙ୍କୁ ଶୁଖିଲା ଖାଦ୍ୟ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିଙ୍କ ଦ୍ୱାର ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସାଇପ୍ରିୟା ୱେଲଫର ଟ୍ରଷ୍ଟର ସମ୍ପାଦକ ଶ୍ରୀ ଦୟାନନ୍ଦ ଖାଡଙ୍ଗା, ଓଡିଶା ମିଡିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ରାୟଗଡ ଶାଖାର ସମ୍ପାଦକ ଶ୍ରୀ ମନୋଜ କୁମାର ସାହୁ, ସଭ୍ୟ ଶ୍ରୀ ସାହୁ କୁଲଦୀପ, ଶ୍ରୀ ହରିନାରାୟଣ ଦାସ ଓ ରୋହିତ ଜେନା ପ୍ରମୂଖ ଉପସ୍ଥିତ ରହିଥିବା ବେଳେ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.