ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : “ନିୟତି” ଭିନ୍ନକ୍ଷମ ସେବା ଅନୁଷ୍ଠାନ ଆନୁକୁଲ୍ୟରେ ଭିନ୍ନକ୍ଷମ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଶିଶୁଙ୍କର ସୁସ୍ଥ ଶରୀର ସେବା ପାଇଁ ଭୌତିକ ଚିକିତ୍ସାର ପ୍ରୟୋଗ ବିଧି ଗୁରାଣ୍ଡି ସ୍ଥିତ ବରିଷ୍ଠ ନାଗରିକ ମଞ୍ଚ ଠାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇସାରିଛି। ନିୟତିର ପ୍ରତିଷ୍ଠାତା ତଥା ସମ୍ପାଦକ ବିଚିତ୍ରାନନ୍ଦ ବେବର୍ତ୍ତା ପରିଚାଳନାରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ଡାକ୍ତର ଅରୁଣ ନାୟକ, ଫିଜିଓଥେରୋପିଷ୍ଟ ସହଯୋଗୀ ଅରୁପାଞ୍ଜଳି ମହାନ୍ତି ଯୋଗଦେଇ ୫୦ରୁ ଉର୍ଦ୍ଧ୍ବ ହିତାଧିକାରୀ ଏବଂ ଭିନ୍ନକ୍ଷମମାନେ ଯୋଗଦାନ କରି ଫି ଜିଓଥେରୋଫିର ବ୍ୟବହାରିକ ସଫଳତା ସମ୍ପର୍କରେ ଆଲୋଚନା କରାଯାଇଥିଲା।
ଗୁରାଣ୍ଡି ଗ୍ରାମର ସମସ୍ତ ବରିଷ୍ଠ ବ୍ୟକ୍ତି ଏବଂ ଭିନ୍ନକ୍ଷମ ଶିଶୁ ଏହି କାର୍ଯ୍ୟକ୍ରମରେ ସାମିଲ୍ ଥିଲେ। ଗୁରାଣ୍ଡି ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀ , ଜନାର୍ଦ୍ଦନ ପାତ୍ର , ବିଜୟ ପାତ୍ର ,ଅର୍ଜୁନ ସାମଲ ,ପୀତବାସ ସାମଲ , ଵିନୋଦ ଜେନା , ହରିକୃଷ୍ଣ ଜେନା ପ୍ରଭୃତି ସହଯୋଗରେ ଉକ୍ତ ସଚେତନତା କର୍ମଶାଳା ସଫଳ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.
Next Post