ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୨୦୧୮ ରୁ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମରେ ୧୧୨ ଗୋଟି ଜିଲ୍ଲା ମଧ୍ୟରେ ବିଭିନ୍ନ ବିଭାଗ ତଥା ସ୍ୱାସ୍ଥ୍ୟ ଓ ପୋଷଣ , ଶିକ୍ଷା , କୃଷି ଓ ଜଳସମ୍ପଦ , ମୌଳିକ ଭିତ୍ତିଭୂମି ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ଦକ୍ଷତା ବିକାଶ କ୍ଷେତ୍ରକୁ ନେଇ ସର୍ବୋପରି ବିକାଶ ଲାଗି ହେଉଥିବା ସକାରାତ୍ମକ ପ୍ରତିଯୋଗିତାରେ ଅଗଷ୍ଟ ମାସର ଡେଲ୍ଟା ରେଙ୍କିଙ୍ଗ ପ୍ରକାଶିତ ହୋଇଛି।
ଯେଉଁଥିରେ ଗଜପତି ଜିଲ୍ଲା ଦେଶରେ ସାମଗ୍ରୀକ ଭାବରେ ପ୍ରଥମ ସ୍ଥାନ ହାସଲ କରିଛି। ବିଷୟ ଅନୁସାରେ କହିବାକୁ ଗଲେ କୃଷି ଓ ଜଳସମ୍ପଦ କ୍ଷେତ୍ରରେ ପ୍ରଥମ ଏବଂ ମୌଳିକ ଭିତ୍ତିଭୂମି କ୍ଷେତ୍ରରେ ଦ୍ବିତୀୟ ସ୍ଥାନ ହାସଲ କରିଛି। ଏହା ଦ୍ୱାରା ଜିଲ୍ଲାକୁ ଦେଶରେ ସାମଗ୍ରୀକ ଭାବେ ପ୍ରଥମ ହେତୁ ପାଞ୍ଚ କୋଟି ଟଙ୍କା ପୁରସ୍କାର ରୂପେ ଜିଲ୍ଲାକୁ ମିଳିବାର ବ୍ୟବସ୍ଥା ଅଛି।
ବିଷୟ ଅନୁସାରେ କୃଷି ଓ ଜଳସମ୍ପଦ କ୍ଷେତ୍ରରେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ହେତୁ ଜିଲ୍ଲାକୁ ଅତିରିକ୍ତ ୬ କୋଟି ଟଙ୍କା ପୁରସ୍କାର ରୂପେ ମିଳିବାର ବ୍ୟବସ୍ଥା ଅଛି।
ଗଜପତି ଜିଲ୍ଲା ଡିସେମ୍ବର ମାସ ୨୦୧୮ ରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ଦକ୍ଷତା ବିକାଶ କ୍ଷେତ୍ରରେ ପ୍ରଥମ ସ୍ଥାନ , ଡିସେମ୍ବର ମାସ ୨୦୧୯ ରେ କୃଷି ଓ ଜଳସମ୍ପଦ କ୍ଷେତ୍ରରେ ତୃତୀୟ ସ୍ଥାନ , ନଭେମ୍ବର ମାସ ୨୦୨୦ ରେ ମୌଳିକ ଭିତ୍ତିଭୂମି କ୍ଷେତ୍ରରେ ଦ୍ବିତୀୟ ସ୍ଥାନ ଗ୍ରହଣ ହେତୁ ପ୍ରତ୍ୟେକ କ୍ଷେତ୍ରରେ ଜିଲ୍ଲାକୁ ଅତିରିକ୍ତ ଅନୁଦାନ ଭାବେ ୩ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା।
ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ଦକ୍ଷତା ବିକାଶ କ୍ଷେତ୍ରରେ ପୁରସ୍କୃତ ୩ କୋଟି ଟଙ୍କାର ପ୍ରସ୍ତାବ ନିତି ଆୟୋଗକୁ ପ୍ରଦାନ କରାଯାଇ ପ୍ରଥମ ପର୍ଯ୍ୟାୟରେ ଇଣ୍ଟରନେଟ୍ ଉପଲବ୍ଧ ନଥିବା ୪୬ ଗୋଟି ପଞ୍ଚାୟତରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଦ୍ବାରା ବ୍ୟାଙ୍କି ସହାୟକ କେନ୍ଦ୍ର ଉପଲବ୍ଧ କରିବା ପାଇଁ କାର୍ଯ୍ୟକ୍ରମ ଚାଲୁରହିଛି।
ବର୍ତ୍ତମାନ ସୁଦ୍ଧା ଗୁମ୍ମା ବ୍ଲକର ଅଜୟଗଡ଼ ଏବଂ ମୋହନା ବ୍ଲକର ପାଣିଗଣ୍ଡା ଠାରେ ବ୍ୟାଙ୍କିଙ୍ଗ ସହାୟକ କେନ୍ଦ୍ର ଉପଲବ୍ଧ ହୋଇଛି।
ଏହି ସଫଳତା ନିମନ୍ତେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭାଗର କର୍ମଚାରୀ ଓ ଅଧିକାରୀ ମାନଙ୍କୁ ଉତ୍ସାହିତ କରିବା ସହ ଏହିଭଳି ଭାବେ ଜିଲ୍ଲାର ବିକାଶ ଲାଗି ମିଳିତ ଉଦ୍ୟମ କରିବାକୁ ଆହ୍ୱାନ ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.