ଜୁଆ ଆଡା ଉପରେ ଚଢାଉ: ୧୫ ଜୁଆଡି ଗିରଫ।

0

୧୨ ଟି କାର ଗୋଟିଏ ଅଟୋ ସହ ୨.୨୫ଲକ୍ଷ ଟଙ୍କା ଜବତ

ଗୁଣୁପୁର ରୁ ସନ୍ତୋଷ କୁମାର ଚୌଧୁରୀ : ରାୟଗଡ଼ା ଜିଲା ଗୁଣପୁର ପୋଲିସ ପକ୍ଷରୁ ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପାରେ ଅତର୍କିତ ଚଢାଉ କରାଯାଇଥିଲା । ଗୁଣୁପୁର ସହର ରେଗେଡା ଗ୍ରାମ ନିକଟ ଏକ କାଜୁ ଜଂଙ୍ଗଲରେ ଜୁଆଡିମାନେ ଜୁଆ ଖେଳୁଥିବା ବେଳେ ପୋଲିସ୍ ବିଶେଶ ସୁତ୍ରରୁ ଖବର ପାଇ ରାୟଗଡ଼ାଏସପି ଙ୍କ ନିର୍ଦ୍ଦେଶ କ୍ରମେ ଚଢାଉ କରିଥିଲା। ଚଢାଉ ସମୟରେ ପୋଲିସ୍ ୧୨ଟି ଦାମି କାର୍ ,ଗୋଟିଏ ଅଟୋ ରିକ୍ସା ,୧୯ ଟି ମୋବାଇଲ୍ ଫୋନ,ତାସ କାଟା ସହ ଜୁଆଡି ଖେଳରେ ବ୍ୟବହୃତ କରୁଥିବା ରୟେଲ୍ସ କଏନ ଓ ୨ ଲକ୍ଷ ୨୫ ହଜାର ୯୯୦ ଟଙ୍କା ଜବତ କରିବା ସହ ୧୫ ଜଣ ଜୁଆଡି କୁ ଗିରଫ କରିଛନ୍ତି l ସମସ୍ତ ଜୁଆଡି ଆନ୍ଧ୍ରର ଶ୍ରିକାକୁଲମ ଜିଲ୍ଲା ଓ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳର ବୋଲି ଆଇଆଇସି ଯଶବନ୍ତ ହିଆଲ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି l ଜୁଆଡି ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି l ଗତ କାଲି ରତ୍ର ରେ ପୋଲିସ ପକ୍ଷରୁ ଚଢାଉ କରାଯାଇ ଅଭିଯୁକ୍ତ ମାନଙ୍କ ସହ ଟଙ୍କା ଏବଂ କାର ଜବତ କରାଯାଇଛି l

 

Leave A Reply

Your email address will not be published.