ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ନୂତନ କ୍ୟାମ୍ପସ୍ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ତୁଷାରକାନ୍ତି

0 2

ରାମଦାସପୁରରେ ଆଇଟି ପୁଞ୍ଜିନିବେଶର ସ୍ଥିତି ପରଖିଲେ ମନ୍ତ୍ରୀ

ଭୁବନେଶ୍ୱର(ଶାସକ ପ୍ରଶାସକ) :ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆଜି ତମାଣ୍ଡୋସ୍ଥିତ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ନୂତନ କ୍ୟାମ୍ପସ୍ ପରିଦର୍ଶନରେ ଯାଇ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତିା
ମନ୍ତ୍ରୀ ଶ୍ରୀ ବେହେରା କଲେଜର ବିଲଡିଂ, କ୍ଲାସରୁମ , ଛାତ୍ରାବାସ ଓ ଛାତ୍ରୀନିବାସ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ କ୍ରୀଡ଼ା ବିଭାଗର ଅଧିକାରୀ, କାର୍ଯ୍ୟଭାର ନେଇଥିବା ସଂସ୍ଥାର ଅଧିକାରୀ ଏବଂ ଇଂଜିନିୟରମାନଙ୍କ ସହ ଆଲୋଚନା କରିଥିଲୋ
ଆଧୁନିକ ଜ୍ଞାନକୌଶଳ ନିର୍ମିତ କ୍ୟାମ୍ପସ୍ରେ ତିନିମହଲା ବିଶିଷ୍ଟ ଆକାଡେମୀକ୍ ବ୍ଲକ୍ ଏବଂ ୪ ମହଲା ବିଶିଷ୍ଟ ଗୋଟିଏ ଛାତ୍ରାବାସ ଓ ଗୋଟିଏ ଛାତ୍ରୀନିବାସର ନିର୍ମାଣ କାର୍ଯ୍ୟ ଜାରି ରହିଛିା ଉଭୟ ହଷ୍ଟେଲରେ ୧୫୬ ଜଣ ଅନ୍ତେବାସୀ ରହିବାର କ୍ଷମତା ରହିଛିା ଏଥି ସହିତ ଆକାଡେମୀକ୍ ବ୍ଲକରେ ସ୍ମାର୍ଟ କ୍ଲାସରୁମ , ଲାବ୍, ସେମିନାର୍ ହଲ୍, ସ୍ୱତନ୍ତ୍ର ଟିୟୁଟୋରିଆଲ୍ ହଲ୍, ସେମିନାର୍ ହଲ୍, ଆଲୁମିନି ହଲ୍, ଫାକଲଟି ଲାଉଞ୍ଜର ବ୍ୟବସ୍ଥା ରହିଛିା
ଆସନ୍ତା ଶିକ୍ଷା ବର୍ଷରୁ ନୂଆ କ୍ୟାମ୍ପସ୍ରେ ଶିକ୍ଷାଦାନ ପାଇଁ ସରକାର ଲକ୍ଷ୍ୟ ରଖିଥିବାରୁ ସମସ୍ତ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବାକୁ ମନ୍ତ୍ରୀ ଅଧିକାରୀ ଓ ଇଂଜିନିୟରମାନଙ୍କୁ ନିର୍ଦ୍ଦେଶ ଦେଇଥିଲୋ ସମସ୍ତ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଥିବାରୁ ଯଥାଶୀଘ୍ର ବିଲଡିଂଟି କାର୍ଯ୍ୟକ୍ଷମ ହୋଇପାରିବ ବୋଲି ନିର୍ମାଣ ଦାୟିତ୍ୱରେ ଥିବା ଅଧିକାରୀମାନେ ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ପ୍ରତିଶ୍ରୁତି ଦେଇଥିଲୋ ଏହି ଅବସରରେ କ୍ରୀଡ଼ା ଅଭ୍ୟାସ ଲାଗି ପଡ଼ିଆ ଏବଂ ଇନ୍ଡୋର ହଲ୍ ଉପରେ ମନ୍ତ୍ରୀ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲୋ
ଅପରାହ୍ନରେ ମନ୍ତ୍ରୀ ଶ୍ରୀ ବେହେରା କଟକର ତ୍ରିଶୁଳିଆ ନିକଟରେ ଥିବା ରାମଦାସପୁର ଶିଳ୍ପାଞ୍ଚଳ ଗସ୍ତରେ ଯାଇଥିଲୋ ସେଠାରେ ମନ୍ତ୍ରୀ ଶ୍ରୀ ବେହେରା ଭାରତ ମସଲା ଫ୍ୟାକଟ୍ରି ବୁଲି ଦେଖୀବା ସହ କର୍ମଚାରୀମାନଙ୍କ ସହ ବିଭିନ୍ନ ବିଷୟରେ କଥା ହୋଇଥିଲୋ ଓଡ଼ିଶା ଆଇଟି କ୍ଷେତ୍ରରେ ପ୍ରଗତିର ପାହାଚ ଚଢ଼ି ଚାଲିଥିବାବେଳେ ଏହି ଅଞ୍ଚଳରେ ଆଇଟି ପୁଞ୍ଜିନିବେଶ ପାଇଁ କ’ଣସବୁ ସୁଯୋଗ ରହିଛି ସେ ବିଷୟରେ ମନ୍ତ୍ରୀ ଶ୍ରୀ ବେହେରା ଅନୁଧ୍ୟାନ କରିଥିଲୋ
ମୁଖ୍ୟମନ୍ତ୍ରୀଙ୍କ ସୁପରିଚାଳନାରେ ବର୍ତ୍ତମାନ କୋଭିଡ୍ ନିୟନ୍ତ୍ରଣାଧୀନ ଥିବାବେଳେ ରାଜ୍ୟର ବିକାଶଧାରାକୁ ଆଗେଇ ନେବାରେ ମନ୍ତ୍ରୀଙ୍କ ଏହି ଗସ୍ତ ବେଶ୍ ଗୁରୁତ୍ୱ ବହନ କରୁଥିବା ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛିା

 

Leave A Reply

Your email address will not be published.