ରେଢ଼ାଖୋଲ: ଚାଷଜମିରେ କାମ କରୁଥିବା ବେଳେ ବଜ୍ରାଘାତରେ ଟଳି ପଢିଲେ ଏକ ଦମ୍ପତିଙ୍କ ସମେତ ୩ ଜଣ। ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଛାମୁଣ୍ଡା ପଞ୍ଚାୟତ ବଡ଼ମାଲ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା।ମୃତକମାନେ ହେଲେ ଅନ୍ତର୍ଯ୍ୟାମୀ ମାଝୀ, ତାଙ୍କ ସ୍ତ୍ରୀ ଲିଳିମା ମାଝୀ ଓ ଜଣେ ଶ୍ରମିକ ପାରୁ ବାଘ।
ଏହି ତିନି ଜଣ ମିଶି ଜମିରେ କାମ କରୁଥିବା ବେଳେ ହଠାତ୍ ବଜ୍ରାଘାତ ହୋଇଥିଲା। ଘଟଣାସ୍ଥଳରେ ହିଁ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା ବୋଲି ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି।
Sign in
Sign in
Recover your password.
A password will be e-mailed to you.