କଣ୍ଟେନରକୁ ପଛରୁ ଧକ୍କା ଦେଲା ପିକ‌ଅପ୍ ଭ୍ୟାନ ଜଣେ ଆହତ

0

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର କଟକ ୫୫ ନଂ ଜାତୀୟ ରାଜପଥର ଚାରମାଳ ଡାକ୍ତରଖାନା ସମ୍ମୁଖରେ ରବିବାର ରାତି ୯ ଟା ବେଳେ ରାସ୍ତାରେ ଛିଡ଼ା ହୋଇଥିବା କଣ୍ଟେନରକୁ ପଛପଟରୁ ଏକ ପିକ୍ଅପ୍ ଭ୍ୟାନ ଧକ୍କା ଦେଇଛି । ସୂଚନାଯୋଗ୍ୟ ଯେ ଚାରମାଳ ଡାକ୍ତରଖାନା ସମ୍ମୁଖରେ ଜାତୀୟ ରାଜପଥ ଉପରେ ଓଡି ୦୨ ବିଏ ୩୬୯୧ ନଂ ବିଶିଷ୍ଟ ଏକ କଣ୍ଟେନର ଛିଡ଼ା ହୋଇଥିବା ବେଳେ ସମ୍ବଲପୁରରୁ କଟକ ଯାଉଥିବା ଏକ କୋରିୟର ସଂସ୍ଥାର ଏନ୍ଏଲ ୦୧ ଏସି ୨୦୦୫ ନଂ ବିଶିଷ୍ଟ ପିକ‌ଅପ୍ ଭ୍ୟାନ ଦ୍ରୁତ ଗତିରେ ଆସି ଭାରସାମ୍ୟ ହରାଇ କଣ୍ଟେନରର ପଛପଟୁ ଧକ୍କା ଦେଇଥିଲା । ଫଳରେ ପିକ‌ଅପର ଡ୍ରାଇଭର ଗାଡ଼ିର ଷ୍ଟେରିଙ୍ଗରେ ଚାପି ହୋଇ ଯାଇଥିଲା ‌। ସେଠାରେ ଥିବା ଚାରମାଳ ଡାକ୍ତରଖାନାର ଫାର୍ମାସିଷ୍ଟ ରଞ୍ଜିତ ପ୍ରଧାନଙ୍କ ସହ ସ୍ଥାନୀୟ ଲୋକେ ଗାଡ଼ିରେ ଚାପି ହୋଇଥିବା ପିକ‌ଅପର ଡ୍ରାଇଭର କୁଚିଣ୍ଡା ଅଞ୍ଚଳ ଟାମ୍ପରଗଡ ଗ୍ରାମର ସୁବୋଧ ନାଏକଙ୍କୁ ଉଦ୍ଧାର କରି ଷ୍ଟ୍ରେଚର ଯୋଗେ ଟାଣିଆଣି ଚାରମାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରେଇଥିଲେ । ଘଟଣାସ୍ଥଳରେ ଚାରମାଳ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିଛି ।

Leave A Reply

Your email address will not be published.