ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ପରିସରରେ ରବିବାର ଭାରତୀୟ କିଷାନ ସଂଘ ରେଢ଼ାଖୋଲ ବ୍ଲକର ନୂଆ ଟିମ ଗଠିତ ହୋଇଛି । ଜିଲ୍ଲା ପ୍ରଭାରୀ ଜୟଶ୍ବର କର୍ଣଙ୍କ ସଭାପତିତ୍ୱରେ ଆୟୋଜିତ ଏକ ବୈଠକରେ ସଭାପତି ଭାବେ ରମେଶ ଚନ୍ଦ୍ର ରାୟ, ଉପସଭାପତି ପ୍ରକାଶ ମହାକୁଡ଼,ସମ୍ପାଦକ ଦିଲିପ ମହାକୁଡ଼,ସହ ସମ୍ପାଦକ ଦୀନବନ୍ଧୁ ସାହୁ, କୋଷାଧ୍ୟକ୍ଷ କଳ୍ପତରୁ ଷଣ୍ଢ, ମହିଳା ପ୍ରମୁଖ ବିନି ଦେହୁରୀ, ଜୈବିକ ପ୍ରମୁଖ ରାଜେନ୍ଦ୍ର ପ୍ରଧାନ ଓ ଅନ୍ୟାନ୍ୟ କାର୍ଯ୍ୟକାର୍ତ୍ତା ଚୟନ ସର୍ବସମ୍ମତି କ୍ରମେ ହୋଇ ଯାଇଛି। ଏହା ସହିତ ଚାଷୀମାନଙ୍କର ରହି ଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇ ଥିବା ବେଳେ ବ୍ଲକର ବହୁ ଚାଷୀ ଉପସ୍ଥିତ ରହି ନିଜ ନିଜ ମତାମତ ପ୍ରଦାନ କରିଥିଲେ। ଶେଷରେ ଭାରତୀୟ କିଷାନ ସଂଘର ଜିଲ୍ଲା ସହ ସମ୍ପାଦକ ବିଜୟ କୁମାର ବେହେରା ଧନ୍ୟବାଦ୍ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post