ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ପଲସାପାଲି ଗ୍ରାମପଞ୍ଚାୟତ ଅଧିନସ୍ଥ ସମାରପାଲି ଗ୍ରାମର ଦୁଇ ଦିବ୍ୟାଙ୍ଗ ଭାଇ ରମେଶ ସାହୁ ଏବଂ ହିମାଂଶୁ ସାହୁ ସ୍ୱର୍ଗତ ନାରାୟଣ ସାହୁ ଙ୍କ ଦୁଇ ପୁତ୍ର ଅଟନ୍ତି l ବୟସ ଜଣକର ୩୦ ବର୍ଷ ହେଲେ ଆଉ ଜଣକର ବୟସ ୨୧ ବର୍ଷ ହେବ l ସାମାଜିକ ଗଣମାଧ୍ୟମ ରେ ତାଙ୍କ ଅସୁବିଧା ସମ୍ପର୍କରେ ଖବର ପ୍ରସାରିତ ହେଲା ପରେ ଟାଲ ଗ୍ରାମର ଶ୍ରୀମାନ ମହେନ୍ଦ୍ର ବଢ଼େଇ, ଯିଏକି ପୁରୀ ଜିଲ୍ଲା ଡେଲାଙ୍ଗ ରେ ତହସିଲଦାର ଭାବେ କାର୍ଯ୍ୟରତ ଅଛନ୍ତି ସେ ଏ ଅଞ୍ଚଳର କେତେକ ସମାଜସେବୀ ଙ୍କ ମାଧ୍ୟମରେ ଏକ ଆରାମ ଚକଲଗା ହୁଇଲ ଚେୟାର ପ୍ରଦାନ କରିଛନ୍ତି l ପ୍ରକାଶ ଥାଉକି ଉଭୟ ଭାଇ ଉକ୍ତ ଗ୍ରାମରେ ଥିବା ବିଦ୍ୟାଳୟରେ ଭଲ ପାଠ ପଢୁଥିଲେ ବୋଲି ସ୍କୁଲ ର ଜଣେ ଶିକ୍ଷକ ପ୍ରକାଶ କରିଥିଲେ l ସମୟକ୍ରମେ ଉଭୟଙ୍କ ଛାତିରେ ଏକ କୁଜ ଭଳି ଆରମ୍ଭ ହୋଇ ଧିରେ ଧିରେ ଚଲାବୁଲା କରିବାରେ କଷ୍ଟ ଅନୁଭବ କରିବା ସାଙ୍ଗକୁ ଶେଷରେ ଚାଲି ପାରିଲେ ନାହିଁ l ବଡଭାଇ ଶ୍ରୀଯୁକ୍ତ ରମେଶ ସାହୁ ବର୍ତ୍ତମାନ ଏଥିପାଇଁ ଘରେ ସମ୍ପୁର୍ଣ୍ଣ ଶଯ୍ୟାଶାୟୀ,ନା ସେ ଶୁଣି ପାରୁଛନ୍ତି ନା ସେ ଭଲ ଭାବରେ କଥାବାର୍ତ୍ତା ହୋଇପାରୁଛନ୍ତି lତାଙ୍କ ପରିବାର କହିଲେ ତାଙ୍କ ବିଧବା ମାଆ ମନ୍ଦୋ ସାହୁ ଏବଂ ଦୁଇ ଝିଅ ସହ ସମୁଦାୟ ୫ ଜଣ କୁଟୁମ୍ବ lକିଛି ବର୍ଷ ପୂର୍ବେ ତାଙ୍କ ପିତା ସ୍ବର୍ଗତ ନାରାୟଣ ଏକ ବିଷଧର ସର୍ପ କାମୁଡା ରେ ମୃତ୍ୟୁ ବରଣ କରିଥିଲେ l ଖବର ପାଇଲାପରେ ଟାଲ ର ଏକ ସ୍ୱେଚ୍ଛାସେବୀ ଯୁବ ଗୋଷ୍ଠୀ ଙ୍କ ମାଧ୍ୟମରେ ଉକ୍ତ ହୁଇଲ ଚେୟାର ଏବଂ କିଛି ଦିନର ରାସନ୍ ସାମଗ୍ରୀ ସମାରପାଲି ଗ୍ରାମର ଧନପତି ସାହୁ, ପିତବାସ ସାହୁ ଏବଂ ସନ୍ତୋଷ ପ୍ରଧାନ ପ୍ରମୁଖ ଙ୍କ ଉପସ୍ଥିତି ରେ ପ୍ରଦାନ କରାଯାଇଛି lପ୍ର ଦାନ ସମୟରେ ଟାଲ ଯୁବଗୋଷ୍ଠୀ ର ଧିରେନ ବିଶ୍ବାଲ,ମାରୁତି ମିଶ୍ର, ନିରଞ୍ଜନ, ମୁକେଶ, ଶ୍ରୀପତି, ଆନନ୍ଦ,ସଞ୍ଜୟ ବଢେଇ ପ୍ରମୁଖ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.