ଦିଲ୍ଲୀ ଚଲୋ ସମାବେଶରେ କର୍ମକର୍ତ୍ତା ମାନେ ଯୋଗଦେବାକୁ ନେଇ ଏ ଆଇ ୟୁ ଡବ୍ଲୁ ସିର ପ୍ରସ୍ତୁତି ବୈଠକ

0

ଯାଜପୁର ରୁ ସୁବାଷ ଚନ୍ଦ୍ର ନାୟକ: ୨ ଅକ୍ଟୋବର ଗାନ୍ଧୀ ଜୟନ୍ତୀ ପରିପ୍ରେକ୍ଷୀରେ ଦିଲ୍ଲୀ ଠାରେ ଆୟୋଜିତ ଦିଲ୍ଲୀ ଚଲୋ ସମାବେଶ କୁ ଓଡିଶା ରାଜ୍ୟର ସମସ୍ତ କର୍ମକର୍ତ୍ତା ମାନେ ଯୋଗଦେବାକୁ ନେଇ ଆଜି ଅଖିଳ ଭାରତୀୟ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ପକ୍ଷରୁ ରାଜ୍ୟ ସଂଯୋଜକ ବିଜୟ କୁମାର ବୋଇତାଇ ଙ୍କ ସଭାପତିତ୍ୱ ରେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି | କେନ୍ଦ୍ର ସରକାର ମନରେଗା ର 100 ଦିନ କାର୍ଯ୍ୟ ବାଧ୍ୟତାମୂଳକ ଥିବାବେଳେ ଶ୍ରମିକ ମାନଙ୍କୁ କାର୍ଯ୍ୟରେ ନିୟୋଜିତ ନକରି ମେସିନ ଦ୍ୱାରା କାର୍ଯ୍ୟ କରାଯାଇ ବ୍ୟାପକ ଦୁର୍ନୀତି ହେଉଥିବା, ନିର୍ମାଣ ଶ୍ରମିକ ଉଠା ଦୋକାନୀ, କୃଷି ଶ୍ରମିକ ମାନଙ୍କୁ କରୋନା ସହାୟତା ଯୋଗାଇନଦେବା ଓ ସର୍ବପରି ବି ଜେ ପି ସରକାର ବିଭିନ୍ନ ରାଜ୍ୟରେ ଦଳିତ ମାନଙ୍କ ଉପରେ ହେଉଥିବା ଆକ୍ରମଣ କୁ ଦୃଢ଼ ପ୍ରତିବାଦ କରିବା ସହ ସମ୍ବିଧାନ ର ସୁରକ୍ଷା ଦେଶର ରକ୍ଷା ନାରା କୁ ନେଇ ଓଡିଶା ରେ କାର୍ଯ୍ୟରତ ବିଭିନ୍ନ ବର୍ଗର ଅଣ ସଂଗଠିତ ଶ୍ରମିକ ଓ ନେତୃବୃନ୍ଦ ଏହି ସମାବେଶ ରେ ଯୋଗ ଦେବାକୁ ଏକ ନିଷ୍ପତି ନିଆଯିବା ସହିତ ରାଷ୍ଟ୍ରୀୟ ଅଧକ୍ଷ ଅରବିନ୍ଦ ସିଂ ଙ୍କ ଶ୍ରମିକ ରକ୍ଷା ଦେଶର ସୁରକ୍ଷା ଲକ୍ଷକୁ ହାସଲ କରିବା ନିମନ୍ତେ ବିଭିନ୍ନ ଜିଲ୍ଲା କମିଟି ସାଙ୍ଗଠନିକ ଶକ୍ତି ବୃଦ୍ଧି ସହିତ ପୁଞ୍ଜିପତି ମାନଙ୍କ ରକ୍ଷାକବଚ ସାଜିଥିବା ବି ଜେ ପି ଓ ବି ଜେ ଡି ସରକାର ବିରୁଦ୍ଧରେ ତୃଣମୂଳ ସ୍ତରରୁ ଆନ୍ଦୋଳନ ଗଢ଼ିତୋଳିବାକୁ ଅଣ ସଂଗଠିତ ଶ୍ରମିକ କଂଗ୍ରେସର ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତି ପରାମର୍ଶ ଦେଇଥିଲେ | ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଂଯୋଜକ ପରମାନନ୍ଦ ସେଠୀ, ବ୍ୟାସନଗର ଅଧକ୍ଷ ପଦ୍ମନାଭ ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ!

Leave A Reply

Your email address will not be published.