ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଆରକ୍ଷୀ ଅଧିକ୍ଷକ ପାଟଣାଗଡ଼ ରୁ ପଦ୍ମପୁର ପଟକୁ ଗୋଟିଏ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୁତ୍ରରୁ ଖବର ପାଇଥିଲେ ତାଙ୍କ ନିର୍ଦ୍ଦେଶରେ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପଦ୍ମପୁର ପୋଲିସ କର୍ମଚାରୀ ମାନେ ପଦ୍ମପୁର ନିକଟସ୍ଥ ଝାଙ୍କରପାଲି ଛକ ଠାରେ ଗାଡ଼ି ମଟର ଯାଞ୍ଚ କରିଥିଲେ । ଗୋଟିଏ ମାରୁତି ଇକୋ ଗାଡ଼ି ଯାହାର ନମ୍ବର ହେଉଛି OD02AW2993 ରେ ପପକର୍ଣ, ଏବିସିଡି, ଟକାଟକ, ଟେଡେମେଡେ ଇତ୍ୟାଦି ପ୍ୟାକେଟ ଭିତରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ । ସେ ଗାଡ଼ି ଭିତରେ ଆଉ ଦୁଇଟି ନମ୍ବର ପ୍ଲେଟ ମଧ୍ୟ ଥିଲା ଯାହା ନମ୍ବର CG04NJ4976 ଏହା ଛତିଶଗଡ଼ ରାଜ୍ୟ ର ନମ୍ବର, ଏଥିରୁ ସନ୍ଦେହ ହେଉଛି ଯେ ଏହି ଗଞ୍ଜେଇ ଛତିଶଗଡ଼ କୁ ଚାଲାଣ ହେଉଥିଲା । ଏହି ଗଞ୍ଜେଇ ଚାଲାଣ ବେଲେ ପୋଲିସ ୩ଜଣକୁ ଗିରଫ କରିଛି ସେମାନେ ହେଲେ ବରଗଡ଼ ଜିଲ୍ଲା ଅତାବିରା ଥାନା ଦୁଲମପୁର ର ମନୋଜ ତାଣ୍ଡି, ଅତାବିରା ଥାନା ଲାଦେରପାଲି ର ବିକାଶ ବାଗ ଓ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନାଗୁଲ ର ରାଜେଶ ପାତ୍ର । ଏମାନଙ୍କ ପାଖରୁ ୨୯୬ କେଜି ଗଞ୍ଜେଇ ଯାହାର ଆନୁମାନିକ ମୂଲ୍ୟ ଦଶ ଲକ୍ଷ ଟଙ୍କା, ଗୋଟିଏ ମାରୁତି ଇକୋ କାର, ଗୋଟିଏ ଆପାଚି ମୋଟର ସାଇକେଲ, ୩ଟି ମୋବାଇଲ ଫୋନ, ନଗଦ ୬୦୦ଟଙ୍କା, ପପକନ୧୩ ପ୍ୟାକେଟ, ଏବିସିଡି ୩୬ ପ୍ୟାକେଟ, ରିଙ୍ଗ ୬୦ ପ୍ୟାକେଟ, ଟକାଟକ ୧୬୦ ପ୍ୟାକେଟ ଓ ଟେଡେମେଡେ ୩୦ ପ୍ୟାକେଟ ଜବତ କରିଛି ପଦ୍ମପୁର ପୋଲିସ । ପଦ୍ମପୁର ଥାନା କେସ ନମ୍ବର ୨୧୪ ରେ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛଥିବା ପଦ୍ମପୁର ଥାନା ଅଧିକାରୀ ରାଜେନ୍ଦ୍ର ସିଆଲ ସୂଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.