ଆଠମଲ୍ଲିକ/ ସନ୍ତୋଷ ମେହେର : ଆଠମଲ୍ଲିକ ବ୍ଲକ କିଆକଟା ଠାରୁ ପ୍ରାୟ 2କିଲୋମିଟର ଦୂର ବୌଦ୍ଧ -ରେଢ଼ାଖୋଲ ରାସ୍ତା ତ୍ରିବେଣୀ ଛକ ଠାରେ ଆଜି ଦିନ ଦିପହରେ 2ଲକ୍ଷ ଟଙ୍କା ଲୁଟ ହୋଇଯାଇଛି I ସୂଚନା ମୁତାବକ ହଟୁଆପଡ଼ା ଗ୍ରାମର ମାଁ ଭଗବତୀ ସ୍ୱୟଂ ସହାୟକ ଦଳର ଦୁଇ ସଦସ୍ୟ ରେବତୀ ମହାଖୁଡ଼, ପୁଷ୍ପାଞ୍ଜଳୀ ସାହୁ ନିକଟସ୍ଥ ଓଡିଶା ଗ୍ରାମ୍ୟ ବ୍ୟାଙ୍କ କିଆକଟା ଶାଖା ରୁ ଦୁଇ ଲକ୍ଷ ଟଙ୍କା ଉଠାଣ କରି ବାଇକ ଯୋଗେ ନେଇ ଯାଉଥିବା ସମୟରେ ହଠାତ ଦୁଇ ଜଣ ଯୁବକ ବାଇକ ରେ ଆସି ଯୁବତୀଙ୍କଠାରୁ ଟଙ୍କା ବ୍ୟାଗ ଛଡେଇ ନେଇ ମହାନଦୀ ବ୍ରିଜ ବୌଦ୍ଧ ପଟ ଦ୍ରୁତ ଗତ୍ତିରେ ପଳେଇ ଥିବାର ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ସୂଚନା ମିଳିଛି I ଖବର ପାଇ କିଆକଟା ପୋଲିସ ଖୋଜା ଖୋଜି କରିବା ପରେ କୌଣସି ପତା ମିଳିନଥିଲା I କିଆକଟା ଥାନା ଠାରୁ ମାତ୍ର 2କିଲୋମୋଟର ଦୂରରୁ ଲୁଟ ହେବା ଘଟଣା କୁ ନେଇ ସାଧାରଣରେ ଚର୍ଚ୍ଚା ର ବିଷୟ ପାଲଟିଛି I କିଆକଟା ତ୍ରିବେଣୀ ଛକ ଠାରେ ପୋଲିସ ନିୟୋଜିତ ଏବଂ ସିସି କ୍ୟାମେରା ଲଗେଇବା କୁ ସାଧାରଣରେ ଦାବି ହେଉଛି I
Sign in
Sign in
Recover your password.
A password will be e-mailed to you.