ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଅବକାରୀ ବିଭାଗ ପକ୍ଷରୁ ବୁଧବାର ସକାଳେ ରାଞ୍ଚି- ବିଜୟୱାଡା ଜାତୀୟ ରାଜପଥର ରେଢାଖୋଲ ଥାନା ଅନ୍ତର୍ଗତ କେନ୍ଦୁକଟା ନିକଟସ୍ଥ ତାରିଣୀ ମନ୍ଦିର ନିକଟରେ ଚଢ଼ାଉ କରି ଏଢେଇ କେଜି ଗଞ୍ଜେଇ ସହ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ବିହାର ରାଜ୍ୟ ଆରୱାଲ ଜିଲ୍ଲା ପ୍ରସାଦି ଇଂଲିଶ ଗ୍ରାମର ଦେବ ଚନ୍ଦ୍ର ଶାଭ(୪୭)। ଅଭିଯୁକ୍ତ ଜଣକ ବୌଦ୍ଧ ଅଞ୍ଚଳରୁ ଏହି ବେଆଇନ ଗଞ୍ଜେଇ ଆଣି ଏକ ବ୍ୟାଗରେ ଭର୍ତ୍ତି କରି ରାଞ୍ଚି- ବିଜୟୱାଡା ଜାତୀୟ ରାଜପଥ ଦେଇ ରେଢାଖୋଲ ଅଭିମୁଖେ ଚାଲି ଚାଲି ଆସୁଥିଲେ। ହେଲେ ଅବକାରୀ ଅଧିକ୍ଷକ ଡମ୍ବରୁଧର ଖଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ରେଢାଖୋଲ ଅବକାରୀ ସବିନେସ୍ପେକ୍ଟର ବିଷ୍ଣୁ ଚରଣ ମଲ୍ଲିକ, ଏଏସଆଇ ବିନୋଦିନୀ ବେହେରା, କନେଷ୍ଟବଳ ଶାମ ଭୋଇ , ଦେବରଞ୍ଜନ ବେହେରା ପ୍ରମୁଖ ସାମିଲ ହୋଇ ଅବକାରୀ ବିଭାଗ ଚଢ଼ାଉ କରି କେନ୍ଦୁକଟା ଗ୍ରାମ ନିକଟସ୍ଥ ତାରିଣୀ ମନ୍ଦିର ପାଖରେ ଗିରଫ ଅଭିଯୁକ୍ତକୁ ସନ୍ଦେହ କରି ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଅଭିଯୁକ୍ତଙ୍କ ବ୍ୟାଗରୁ ଅଢେଇ କେଜି ଗଞ୍ଜେଇ ବାହାରି ଥିଲା। ଏହି ବେଆଇନ କାରବାରରେ ସମ୍ପୃକ୍ତି ଥିବା ଅଭିଯୋଗରେ ଅଭିଯୁକ୍ତ ଜଣଙ୍କୁ ଗିରଫ କରାଯାଇ ଥିଲା।
Sign in
Sign in
Recover your password.
A password will be e-mailed to you.
Prev Post
Next Post