ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ଭାରତୀୟ ତୈଳ ନିଗମ(ଆଇଓସିଏଲ)ର ପାରାଦୀପ- ରାଞ୍ଚି ପାଇପ ଲାଇନର ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅନ୍ତର୍ଗତ ଶରଧାପୁର ଗ୍ରାମ ନିକଟରୁ ଏହି ପାଇପ ଲାଇନରୁ ମଙ୍ଗଳବାର ତେଲ ଚୋରି ଉଦ୍ୟମ ହୋଇଛି। ସୋମବାର ରାତିରେ ଆଓସିଏଲ ପକ୍ଷରୁ ପାଇପ ଲାଇନ ଉପରେ ତାଙ୍କର ପାଟ୍ରୋଲିଂ ଗାଡି ପାଟ୍ରୋଲିଂ କରୁଥିବା ବେଳେ ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅନ୍ତର୍ଗତ ଶରଧାପୁର ଗ୍ରାମ ନିକଟରୁ ତେଲ ଚୋରି ଉଦ୍ୟମ ହେଉଥିବା ଜାଣିବାକୁ ପାଇଥିଲେ। ଏହା ପରେ ସେମାନେ ରେଢାଖୋଲ ଥାନାକୁ ଖବର ଦେଇଥିଲେ।ଖବର ପାଇ ରେଢାଖୋଲ ଥାନା ଅଧିକାରୀ ସୁରୁବାବୁ ଛତ୍ରିଆ ପ୍ରମୁଖ ସଦଳେ ବଳେ ଯାଇ ଚଢ଼ାଉ କରିଥିଲେ। ଚଢ଼ାଉ କରି ପାଇପ ଲାଇନରୁ ତେଲ ଚୋରି ବେଳେ ବ୍ୟବହୃତ ଶାବଳ, କୋଡ଼ି ଆଦି ବହୁ ପୋଲିସ ଜବତ କରିଛି। ଚଢ଼ାଉ ବେଳେ ତେଲ ଚୋର ମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇ ଥିବା ପୋଲିସ କହିଛି।ଆଓସିଏଲ ପକ୍ଷରୁ ରେଢାଖୋଲ ଥାନାରେ ଅଭିଯୋଗ ପରେ ଥାନା କେସ ନମ୍ବର ୧୭୧/୨୧ ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ପୋଲିସ କହିଛି। ଏହି ତେଲ ଚୋରିରେ ଏକ ବଡ ଧରଣର ରାକେଟ କାମ କରୁଥିବା ରେଢାଖୋଲ ପୋଲିସ ଅନୁମାନ କରୁଛି। ଏହା ସହିତ ଏହି ତେଲ ଚୋରି ଘଟଣାରେ ଏକ ବଡ଼ ଧରଣର ରାକେଟକୁ ଖୁବ ଶୀଘ୍ର ଧରା ଯିବ ବୋଲି ପୋଲିସ କହିଛି।
Sign in
Sign in
Recover your password.
A password will be e-mailed to you.