ଅଭିନବ ଉପାୟରେ କୋଇଲା ବୋଝେଇ ଟ୍ରକ ରେ ଗଞ୍ଜେଇ ଚାଲାଣ ।

0

ମାଲକାନଗିରି/ବି ମିନତୀ ପାତ୍ର:: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ପୁଲିସକୁ ମିଳିଛି ବଡ ସଫଳତା। ଵିଶେଷ ସୂତ୍ରରୁ ଖବର ପାଇ ଚିତ୍ରକୋଣ୍ଡା ଥାନାର ଏସଆଇ କେ.ସାହୁଙ୍କ ନେତୃତ୍ବରେ ଏକ ଟିମ ଚିତ୍ରକୋଣ୍ଡା ନିକଟରେ ଗାଡିଗୁଡିକକୁ ଯାଞ୍ଚ କରୁଥିବା ବେଳେ ଏକ କୋଇଲା ବୋଝେଇ ଟ୍ରକକୁ ମଧ୍ୟ ଯାଞ୍ଚ କରିଥିଲେ।ତେବେ ସିଜି-୦୭-୮୫-୨୫୬୪ ନମ୍ବର କୋଇଲା ବୋଝେଇ ଟ୍ରକକୁ ଅଟକାଇ ପୁଲିସ ଯାଞ୍ଚ କରିଥିଲା। ତେବେ ଟ୍ରକରେ ଗୁପ୍ତରେ ଗଂଜେଇ ରହିଥିଲେ ମଧ୍ୟ କେହି ମଧ୍ୟ ଜାଣିବା ସମ୍ଭବପର ନୁହେଁ। କିନ୍ତୁ ପୁଲିସକୁ ପକ୍କା ଖବର ମିଳିଥିବାରୁ ଗୁଣ୍ଡ କୋଇଲାକୁ ଟ୍ରକରୁ ଅଲଗା କରିବା ପରେ ମଝିରେ ୯୪ ପ୍ୟାକେଟ ଗଂଜେଇ ରଖାଯାଇଥିବା ପୁଲିସ ଦେଖିବାକୁ ପାଇଥିଲା। ଏଥିସହ ଏହି ଟ୍ରକରେ ବସିଥିବା ୩ ଜଣଙ୍କୁ ଗିରଫ କରିଥିଲା।୯୪ ପ୍ୟାକେଟ୍ ରୁ ପ୍ରାୟ ଓଜନ ୨୨୫୬ କିଲୋଗ୍ରାମରୁ ଅଧିକଗଂଜେଇ ମିଳିଥିଲା ​​| ଅନୁସନ୍ଧାନ ସମୟରେ ଅଭିଯୁକ୍ତମାନଙ୍କଠାରୁ ତିନୋଟି ମୋବାଇଲ୍ ଫୋନ୍ ମିଳିଥିଲା ​​| ସେମାନେ ପ୍ରକାଶ କରିଛନ୍ତି ଯେ ସେମାନେ ଚିତ୍ରକୋଣ୍ଡା ଠାରୁ ରାୟପୁର ଛତିଶଗଡକୁ ଗଞ୍ଜେଇ ଚାଲାଣ କରୁଥିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି । ଅନ୍ୟ ଅଭିଯୁକ୍ତଙ୍କ ସମ୍ପୃକ୍ତି ଅନୁସନ୍ଧାନ ଚାଲିଛି ଏବଂ ଅନ୍ୟ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଶୀଘ୍ର ଧରିବା ପାଇଁ ପଦକ୍ଷେପ ନିଆଯାଉଛି ।

Leave A Reply

Your email address will not be published.