ଡଃ ନିତ୍ୟାନନ୍ଦ ମିଶ୍ର ଦାମୋଦର ସଂସ୍କୃତ ଡ଼ିଗ୍ରୀ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ

0

ଭଦ୍ରକ (ସତ୍ୟଭୂଷଣ ସ୍ୱାମୀ)- ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ଭଦ୍ରକ ପୁରୁଣାବଜାରସ୍ଥିତ ଦାମୋଦର ସଂସ୍କୃତ ଡ଼ିଗ୍ରୀ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ଡଃ ନିତ୍ୟାନନ୍ଦ ମିଶ୍ର ଦାୟିତ୍ୱ ଗ୍ରହଣ କରିଅଛନ୍ତି । ଡଃ ମିଶ୍ର ଜଣେ ଛାତ୍ରବତ୍ସଳ, ବାଗ୍ମୀ, ସଂସ୍କୃତ ଭାଷା ସାହିତ୍ୟର ଯଶସ୍ୱୀ ଗବେଷକ ବିଦ୍ୱାନ ଅଧ୍ୟାପକ ଭାବେ ସମଗ୍ର ରାଜ୍ୟ ତଥା ରାଜ୍ୟ ବାହାରେ ସୁପରିଚିତ । ସଂସ୍କୃତ ଭାଷାରେ ତାଙ୍କର ଅନେକ ପୁସ୍ତକ ତଥା ପ୍ରତିଷ୍ଠିତ ପତ୍ର ପତ୍ରିକାରେ ପ୍ରବନ୍ଧମାନ ପ୍ରକାଶିତ । ପ୍ରାଚୀନ ଆୟୁର୍ବେଦ, ଆକ୍ୟୁପ୍ରେସର ଚିକିତ୍ସା ଶାସ୍ତ୍ରରେ ତାଙ୍କର ଗଭୀର ପ୍ରବେଶ ରହିଅଛି । ସଂସ୍କୃତ ଶାସ୍ତ୍ରରେ ତାଙ୍କର ଗଭୀର ପାଣ୍ଡିତ୍ୟ ହେତୁ ଲୋକଭାଷା ପ୍ରଚାର ସମିତି, ଆଇଆଇଟି ହାଇଦ୍ରାବାଦ୍, ସଂସ୍କୃତି ଭବନ ଭୁବନେଶ୍ୱର, ସରସ୍ୱତୀ ଗବେଷଣା ପ୍ରତିଷ୍ଠାନ ପ୍ରଭୃତି ଅନୁଷ୍ଠାନ ମାନଙ୍କ ଦ୍ୱାରା ସେ ସମ୍ମାନ୍ନିତ ହୋଇଅଛନ୍ତି । ଆଜିର ଏକ ବର୍ଣ୍ଣାଢ୍ୟ ପରିବେଶରେ ରାଷ୍ଟ୍ରପତି ପୁରସ୍କୃତ ସଂସ୍କୃତ ବିଦ୍ୱାନ ପଣ୍ଡିତ ଭାଗୀରଥି ନନ୍ଦଶର୍ମା, ପୂର୍ବତନ ଅଧ୍ୟକ୍ଷ ଡଃ କୃପାସିନ୍ଧୁ ନାୟକ, ଦାମୋଦର ସଂସ୍କୃତ ଜୁନିଅର ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ନାୟକ, ଅଧ୍ୟାପକ ଚିତ୍ତରଞ୍ଜନ ଦାସ, ଶୁକଦେବ ପଣ୍ଡା, ପ୍ରଶାନ୍ତ କୁମାର ଦାସ, ଅଧ୍ୟାପିକା ଗାୟତ୍ରୀ ମହାନ୍ତି, ମଧୁସୁଦନ ତ୍ରିପାଠୀ, ପ୍ରଧାନ ପଣ୍ଡିତ ନୃସିଂହ ଚରଣ ଶୁକ୍ଳ, ମଞ୍ଜୁଲତା ମହାପାତ୍ର, ଅକ୍ଷୟ କୁମାର ପାଣିଗ୍ରାହୀ, ରଘୁନାଥ ନାୟକ, ଗୌରାଙ୍ଗ ଚରଣ ଦାସ ଓ ସୁବାଷ ଚନ୍ଦ୍ର ମିଶ୍ର ପ୍ରମୁଖଙ୍କ ଉପସ୍ଥିତିରେ ଡଃ ମିଶ୍ର ଏହି ଗୁରୁଦାୟିତ୍ୱ ଗ୍ରହଣ କରିଅଛନ୍ତି । ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି ।

Leave A Reply

Your email address will not be published.