ଉଦଘାଟିତ ହେଲା ଷ୍ଟେଲ୍ଲାର ଏଣ୍ଟରପ୍ରାଇଜେସ

0

ପଦ୍ମପୁର(ଶାସକପ୍ରଶାସକ)-ବର୍ତ୍ତମାନ ଅନଲାଇନ ଜିନିଷ କିଣିବା ହେଲା ଆହୁରି ସହଜ। ଫ୍ଲିପକାର୍ଟ ଓ ଆମାଜନ ରୁ ଜିନିଷ କିଣିବା ପାଇଁ ଗତ ଶୁକ୍ରବାର ପଦ୍ମପୁର ଠାରେ ବୋରାସମ୍ବର ପଡ଼ିଆ ସାମନାରେ ଆମାଜନ ଇଜି ଷ୍ଟୋର ଓ ଫ୍ଲିପକାର୍ଟ ବାଇଜୋନ ଉଦଘାଟିତ ହୋଇଛି। ପଦ୍ମପୁର ସହରର ଯୁବ ଉଦ୍ୟମୀ ରୀତେଶ ରଂଜନ ମେହେର ଏହି ଅଭିନବ ଉଦ୍ୟୋଗକୁ ଷ୍ଟେଲ୍ଲାର ଏଣ୍ଟରପ୍ରାଇଜେସ ନାମରେ ଆରମ୍ଭ କରିଛନ୍ତି। ଏହାର ମାଧ୍ୟମରେ ଲୋକେ ଯେକୌଣସି ଜିନିଷ ଅନଲାଇନ ମାଧ୍ୟମରେ ଆହୁରି କମ ମୂଲ୍ୟରେ କ୍ରୟ କରି ପାରିବେ। ଏହି ମାଧ୍ୟମରେ କ୍ରୟ କରାଯାଇଥିବା ଜିନିଷ ଅତି ଶୀଘ୍ର ହୋମ ଡେଲିଭରି ମାଧ୍ୟମରେ ଘରେ ପହଂଚିଯିବ, ଯାହା ଦ୍ୱାରା ଅନଲାଇନ ମାଧ୍ୟମରେ କିଣାବିକା କରୁ ନ ଥିବା ଲୋକେ ମଧ୍ୟ ଅତି ସହଜରେ ନିଜ ପସନ୍ଦ ମୁତାବକ ଜିନିଷ ସର୍ବନିମ୍ନ ମୂଲ୍ୟରେ କିଣି ପାରିବେ। ପଦ୍ମପୁରର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଜନକଲାଲ ମେହେର ଓ ନିଖିଳ ଓଡ଼ିଶା ମେହେର ସମାଜର କାର୍ଯ୍ୟକାରୀ ସଭାପତି ଶ୍ରୀ ସୁରେନ୍ଦ୍ର ମୋହନ ମେହେର ଏହି ଉଦ୍ୟୋଗଟିର ଶୁଭ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଉଦ୍ୟୋଗୀ ରୀତେଶଙ୍କ ସମଗ୍ର ପରିବାର ବର୍ଗ, ବନ୍ଧୁ ତଥା ସହରର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.