ଗାଁସାଥୀ ସଂଘ ମିଲିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପଦ୍ମପୁର ବ୍ଲକ ଅଫିସ ସାମ୍ନାରେ ବିକ୍ଷୋଭ

0

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ବ୍ଲକ ଗାଁସାଥୀ ସଂଘ ମିଲିତ କ୍ରିୟାନୁଷ୍ଠାନ କମିଟି ର ସମସ୍ତ ସଦସ୍ୟ ଆଜି ପଦ୍ମପୁର ବ୍ଲକ ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଓ ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ୫ ଦଫା ଦାବିପତ୍ର ପଦ୍ମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରିଥିଲେ । ମନରେଗା ଯୋଜନାରେ ଗାଁସାଥୀ ମାନେ ଦୀର୍ଘ ୧୩ବର୍ଷ ହେଲା କାମ କରି ଆସୁଛନ୍ତି ହେଲେ ସରକାର ଙ୍କ ତରଫରୁ ତାଙ୍କ ପାଇଁ କିଛି ବିଶେଷ ସୁବିଧା ଆଜି ପର୍ଯ୍ୟନ୍ତ କରାଯାଇନାହିଁ । ମନରେଗା ଯୋଜନାରେ ଗାଁ ସାଥି ମାନଙ୍କ ଭୁମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ସଂଘ ସରକାର ଙ୍କ ନିକଟରେ ଦାବିପତ୍ର ଜରିଆରେ ଗୁହାରି କରିଛିଯେ ସରକାର ଙ୍କ ତରଫରୁ ଦିଆଯାଇଥିବା ୩ଟି ଚିଠି ପ୍ରତ୍ୟାହାର, ମାସକୁ ଉଚିତ ପ୍ରାପ୍ୟ ସହ ୧୦ ଦିନର ଗ୍ୟାରେଣ୍ଟି କାମ ଯୋଗାଇଦେବା, ସବୁ ଗାଁ ସାଥି ମାନଙ୍କୁ ୨୦୦୦୦ଟଙ୍କାରୁ ଅଧିକ କୋରୋନା ସହାୟତା ପ୍ରଦାନ, ସମସ୍ତ ଗାଁ ସାଥି ମାନଙ୍କୁ ଅତିକମରେ ମାସିକ ୮୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିବା ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ନିରାକାର ଜାଲ ଙ୍କ ନେତୃତ୍ବରେ ପଦ୍ମପୁର ବ୍ଲକ ର ବହୁ ଗାଁ ସାଥି ସାମିଲ ହୋଇଥିଲେ ।

Leave A Reply

Your email address will not be published.