କରୋନା ପାଇଁ ରାଜ୍ୟ ରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି।

0

ଝାରବନ୍ଧ-ମନୋହର ଦାଶ:ପିଲାଙ୍କ ଭାଗ୍ୟ ଓ ଭବିଷ୍ୟତ କୁ ନେଇ ଚିନ୍ତିତ ଅଭିଭାବକ।କରୋନା ଆଳ ଦେଖାଇ ପ୍ରାଥମିକ ବିଦ୍ୟାଳୟ ନ ଖୋଲିବା ସାଧାରଣ ରେ ଅସନ୍ତୋଷ ସୃଷ୍ଟି ହେଉଛି।ପିଲାମାନଙ୍କୁ ମାସ୍କ, ସାନିଟାଇଜର ଏବଂ ସାମାଜିକ ଦୂରତା ରେ ଶ୍ରେଣୀ ରେ ବସାଇ ଶିକ୍ଷା ଦାନ କରିହେବ ବୋଲି ବୁଦ୍ଧିଜୀବୀ ତଥା ଅଭିଭାବକ ମାନେ ଆମ ଝାରବନ୍ଧ ସାମ୍ବାଦିକ ଙ୍କୁ ମତ ଦେଇଛନ୍ତି।ଅନଲାଇନ ରେ ପାଠପଢା ଦ୍ୱରା ପିଲାମାନଙ୍କ ସନ୍ଦେହ ଦୂର ହୋଇ ପାରୁନି।ଆହୁରି ମଧ୍ୟ ଏହାର ଭଲ ପ୍ରଭାବ ଅପେକ୍ଷା ଖରାପ ପ୍ରଭାବ ଅଧିକ।ଅଧିକାଂଶ ପିଲା ମୋବାଇଲ ରେ ପାଠପଢିବା ନାମରେ ଏହାର ଅପବ୍ୟବହାର କରୁଥିବା ଅଭିଯୋଗ ହେଉଛି।ଏପରିକି ଗ୍ରାମାଞ୍ଚଳରେ ସବୁ ପିଲାଙ୍କ ପାଖରେ ସ୍ମାର୍ଟଫୋନ ନାହିଁ।ଏପରିକି କେତେକ ବିଦ୍ୟାଳୟ ରେ ବହି ଯୋଗାଇବାରେ ଶିକ୍ଷା ବିଭାଗ ବିଫଳ ହୋଇଛି।ପିଲାମାନଙ୍କ ଭବିଷ୍ୟତ କୁ ଲକ୍ଷ କରି ରାଜ୍ୟ ସରକାର ତୁରନ୍ତ ସମସ୍ତ ପ୍ରାଥମିକ ବିଦ୍ୟାଳୟ ଖୋଲିବା କୁ ନିଷ୍ପତ୍ତି ନିଅନ୍ତୁ ବୋଲି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅଞ୍ଚଳର ବୁଦ୍ଧିଜୀବୀ, ଅଭିଭାବକ ମହଲରେ ଦାବି ହେଉଛି।

Leave A Reply

Your email address will not be published.