କୄଷକ ମୋର୍ଚା ତରଫରୁ ପାଇକମାଲରେ ସେବା ହିଁ ସଂଗଠନ କର୍ଯ୍ୟକ୍ରମ ଅନୁଷ୍ଠିତ ।

0 2

ପଦ୍ମପୁର(ଶାସକପ୍ରଶାସକ)-ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସରେ ଦେଶ ସାରା ଚାଲିଥିବା ସେବା ହିଁ ସଂଗଠନ କାର୍ଯ୍ୟକ୍ରମ ରେ ଆଜି ବରଗଡ ଜିଲ୍ଲା କୃଷକ ମୋର୍ଚା ତରଫର ରୁ କୄଷକ ମୋର୍ଚା ଜିଲ୍ଲା ସଭାପତି ଶ୍ରୀକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ପାଇକମାଲ ଠାରେ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ପାଇକମାଲ ( ନୃସିଂନାଥ ) ଠାରେ ଗାନ୍ଧୀ ପାର୍କରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ଓ ପଶ୍ଚିମ ଓଡ଼ିଶାର ମଦରଟେରେସା ବହ୍ନିକନ୍ୟା ପାର୍ବତିଗିରିଙ୍କ ପ୍ରତିମାକୁ ଦ୍ୱାରା ପାଣି ଦେଇ ସଫା କରାଯାଇଥିଲା ଓ ପରେ ପୁଷମାଲ୍ୟ ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ କୃଷକ ମୋର୍ଚା କାର୍ଯ୍ୟକାରିଣୀ ସଦସ୍ୟ ଗୋବର୍ଧନ ଅଗ୍ରୱାଲ ,ଜିଲ୍ଲା ଉପ ସଭାପତି ସରୋଜ ସାମଲ , ଜିଲ୍ଲା ସ୍ୱଛଭାରତ ସଂଯୋଜକ ସତ୍ୟ ବେହେରା , ସାଂସଦ ପ୍ରତିନିଧି ବଳରାମ ସାହୁ , ଜିଲ୍ଲା କୃଷକ ମୋର୍ଚା କୋଡିନେଟର ଯୋଗୀନ୍ଦ୍ର ଭୋଇ ,ରୋଶନ ପାଣିଗ୍ରାହୀ , ମଣ୍ଡଳ ସଭାପତି କୈଳାଶ ଦିଶ୍ରୀ , ସୁବାସିନୀ ପ୍ରଧାନ , ସୋନି ପଧାନ , ଓଁକାନ୍ତି ସାହୁ , ପିଣ୍ଟୁ ପଧାନ , ରାଜା ମହମ୍ମଦ,ମନୋଜ , ହରେ ଏବଂ ବରିଷ୍ଠ କାର୍ଯ୍ୟକର୍ତା ମାନେ ସାମିଲ ଥିଲେ ।

Leave A Reply

Your email address will not be published.