ଖଣି ପ୍ରତିଷ୍ଠାନ ଟ୍ରଷ୍ଟି ବୋର୍ଡର ୭ତମ ବୈଠକ ଅନୁଷ୍ଠିତ

0 2

ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବୋର୍ଡର ୭ମତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ରାୟଗଡ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମାନ୍ୟବର କୋରାପୁଟ ଲୋକ ସଭା ସାଂସଦ ଶ୍ରୀ ସପ୍ତଗିରି ଶଙ୍କର ଉଲ୍ଲାକା, ରାୟଗଡ ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି, ଖଣିଜ ପ୍ରତିଷ୍ଠାନ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ପିଡି,ଡି.ଆର୍‍.ଡି.ଏ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ ଯୋଗଦାନ କରି ଖଣିଜ ପଦାର୍ଥ ଉତ୍ତୋଳନ ଦ୍ୱାରା ପ୍ରଭାବିତ ଅଞ୍ଚଳରେ ବିକାଶ ନିମନ୍ତେ ଆଗ୍ରାଧିକାର ଭିତିରେ କାର୍ଯ୍ୟକ୍ରମ ହାତକୁ ନେବା ନିମନ୍ତେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ମୁଖ୍ୟତଃ ଖଣିଜ ପଦାର୍ଥ ଉତ୍ତୋଳନ ଓ ଶିଳ୍ପ ପ୍ରତିଷ୍ଠାନ ଯୋଗୁଁ ପ୍ରଭାବିତ ଅଞ୍ଚଳର ଲୋକମାନଙ୍କ ମୌଳିକ ସମସ୍ୟାର ସମାଧାନ ଉପରେ ବିଶେଷ ଭାବରେ ଆଲୋଚନା କରାଯାଇଥିଲା । ଏହାଦ୍ୱାରା ସିଧାସଳକ ଓ ଆଶିଂକ ପ୍ରଭାବିତ ଅଞ୍ଚଳରେ ଲୋକ ମାନଙ୍କୁ ଥଇଥାନ ଓ ମୌଳିକ ସୁବିଧା ନିମନ୍ତେ ଆଗ୍ରାଧିକାର ଭିତ୍ତିରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ । ବିଶେଷ କରି ସିଧାସଳଖ ପ୍ରଭାବିତ ଅଞ୍ଚଳରେ ଜୀବନଜୀବିକା, ପାନୀୟଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଯୋଗାଯୋଗ ଓ ଜଳସେଚନକୁ ଆଗ୍ରାଧୀକାର ଭିତ୍ତିରେ ଗୁରୁତ୍ୱ ଦେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ମାନ୍ୟବର ସାଂସଦ ମଧ୍ୟ ସିଧା ସଳଖ ପ୍ରଭାବିତ ଅଞ୍ଚଳରେ ଗୁରୁତ୍ୱ ଦେବାକୁ ଅନୁରୋଧ କରିଥିଲେ । ସେହିପରି ମାନ୍ୟବର ବିଧାୟକ କହିଥିଲେ ଯେ, ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ସଂସ୍ଥା ଯେ କୌଣସି ବୈଷୟିକ ଜ୍ଞାନ କୌଶଳ ଉପଯୋଗ କରୁନାହିଁ କାହିଁକି ପିଇବା ପାଣି ଯୋଗାଇବାକୁ କୌଣସି ପ୍ରକାର ଅସୁବିଧା ନ ହେବ ।

ଏହି ବୈଠକରେ ପୂର୍ବରୁ କାର୍ଯ୍ୟକାରୀ କରାଯାଉଥିବା ପ୍ରକଳ୍ପ ଗୁଡିକର ସଂପୂର୍ଣ୍ଣ ହୋଇନଥିବାରୁ ଅସନ୍ତୋଷ ବ୍ୟକ୍ତି କରିଥିଲେ ଏବଂ ଏହାକୁ ଯଥାଶିଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଖଣ୍ଡିୟ ବନ ଅଧିକାରୀ, ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ନିର୍ମାଣ ବିଭାଗ, ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଜଳ ଯୋଗାଣ ସଂସ୍ଥା, ପୂର୍ତ୍ତ ବିଭାଗ, ଜିଲ୍ଲା ମଙ୍ଗଳ ଅଧିକାରୀ ଉପ ନିର୍ଦ୍ଦେଶକ ଯୋଜନା, ରାୟଗଡ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.