ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ୫ଟି କୋଭିଡ ଟିକାକରଣ ଶିବିର ଆୟୋଜିତ

0 2

ପଦ୍ମପୁର(ଶାସକପ୍ରଶାସକ)- ବରଗଡ ଜିଲ୍ଲା ପାଇକମାଳ ବ୍ଳକ ଅନ୍ତର୍ଗତ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ସମ୍ପୁର୍ଣ୍ଣ ଭାବେ ଲୋକଙ୍କୁ ଟିକାକରଣ ସୁବିଧା କୁ ଦୃଷ୍ଟିରେ ରଖି ପାଇକମାଳରେ ଦୁଇଟି,ମାଣ୍ଡୋସିଲରେ ଗୋଟିଏ,ଲଖମରାରେ ଗୋଟିଏ ଏବଂ ହେର୍ଡକ୍ୱାଟର ବୁକୁରାମୁଣ୍ଡା ରେ ସମୁଦାୟ ୫ ଗୋଟି କୋଭିଡ ଟିକାକରଣ ଶିବିରର ଆୟୋଜନ କରାଯାଇଛି ବୋଲି ଆମ ସାମ୍ବାଦିକଙ୍କୁ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ପି.ଏଚ.ଓ ତୁଷକୁମାର ଚନ୍ଦ୍ରକାର ପ୍ରକାଶ କରିଛନ୍ତି lଏ ପରିପ୍ରେକ୍ଷୀରେ ସରକାର ଙ୍କ ନିୟମାନୁସାରେ ସମସ୍ତେ ଟିକାନେଇ ପାରିବେ ଏପରିକି ଗର୍ଭବତୀ ମହିଳା ଙ୍କୁ ମଧ୍ୟ ଏଇ ମହାମାରୀ କରୋନା ଟିକା ଦିଆଯିବ ବୋଲି ନିର୍ଦ୍ଦେଶ ଆସିବା ପରେ ଗର୍ଭବତୀ ମହିଳା ମାନେ ଉତ୍ସାହ ର ସହ ଟିକା କରଣ କେନ୍ଦ୍ର ରେ ଆସି କୋଭିଡ ଟିକା ନେଉଥିବାର ଦେଖିବାକୁ ମିଳୁଛି l

ଟିକାକରଣ କେନ୍ଦ୍ର କୁ ଆଜି ବୁକୁରାମୁଣ୍ଡା ସ୍ୱାସ୍ଥ୍ୟ ଉପକେନ୍ଦ୍ର ର ମହିଳା ସ୍ବାସ୍ଥ୍ୟକର୍ମୀ କବିତାଞ୍ଜଳୀ ଦାଶ ଅଚାନକ ପହଞ୍ଚି ଅଯଥା ଟାରେ ଭିଡ଼ ନ ଜମାଇ ଶୃଙ୍ଖଳିତ ଭାବେ ଧାଡ଼ି ହୋଇ ଟିକାକରଣ କେନ୍ଦ୍ର ରେ ଟିକା ଦେଉଥିବା ମହିଳା ସ୍ବାସ୍ଥ୍ୟକର୍ମୀ ଦ୍ୱୟ ଙ୍କୁ ସହାୟତା କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ଲ ପ୍ରତ୍ୟକ ବ୍ୟକ୍ତି ବିଶେଷ ସମେତ ଗର୍ଭବତୀ ମହିଳା ମାନେ ଯେଉଁମାନେ ଟିକା ନେଇ ସାରିଛନ୍ତି କିମ୍ବା ନେବାକୁ ଧାଡ଼ିରେ ଅପେକ୍ଷା କରିଛନ୍ତି ସେମାନେ ଟିକା ନେଇ ସାରିଲା ପରେ ଅଧଘଣ୍ଟା ବିଶ୍ରାମ ନେଲାପରେ ଯାଇ ଘରକୁ ପ୍ରତ୍ୟାବର୍ତ୍ତନ କରିବାକୁ ଜଣାଇଥିଲେ lଆଜି ଟିକାକରଣ କେନ୍ଦ୍ର ରେ ମହିଳା ସ୍ବାସ୍ଥ୍ୟକର୍ମୀ ମମତା ବେହେରା ଲୋକଙ୍କୁ କୋଭିଡ ଟିକା ଦେଉଥିବାବେଳେ ମହିଳା ସ୍ବାସ୍ଥ୍ୟକର୍ମୀ ଅନୀତା ବାରିକ ଲୋକଙ୍କ ନାମ ପଞ୍ଜିକରଣ କରିବାର ଦେଖିବାକୁ ମିଳିଥିଲା lସମୁଦାୟ ୨୦୪ ଜଣଙ୍କୁ କୋଭିଡ ଟିକା ଦିଆଯାଇଥିବା ବେଳେ ତନ୍ମଧ୍ୟରୁ ୧୮ ଜଣ ଗର୍ଭବତୀ ମହିଳା ଙ୍କୁ ଟିକା ଦିଆଯାଇଥିଲା l

Leave A Reply

Your email address will not be published.