ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଲେ ବୈଜୟନ୍ତ

0 2

ନୂଆଦିଲ୍ଲୀ : ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ ସି ସି) ର ପୁନର୍ବିନ୍ୟାସ ନିମନ୍ତେ ଗଠିତ ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ପାଇବା ପରେ ଏହାର କାମ ନେଇ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ସାକ୍ଷାତ କରିଛନ୍ତି। ରାଷ୍ଟ୍ରୀୟ ଏକତା ଏବଂ ରାଷ୍ଟ୍ର ନିର୍ମାଣ ଦିଗରେ ଯୁବ ପିଢ଼ିକୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯେଉଁ ସ୍ୱପ୍ନ ରହିଛି, ତାହାକୁ ସାକାର କରିବା ଲାଗି ସେ ପ୍ରତିରକ୍ଷା ମନ୍ତ୍ରୀଙ୍କ ମାର୍ଗଦର୍ଶନ ଲୋଡ଼ିଛନ୍ତି ବୋଲି ଶ୍ରୀଯୁକ୍ତ ପଣ୍ଡା କହିଛନ୍ତି। ରାଜନାଥ ସିଂ ଙ୍କୁ ସାକ୍ଷାତ ପରେ ଶ୍ରୀଯୁକ୍ତ ପଣ୍ଡା ପ୍ରତିରକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି।

Leave A Reply

Your email address will not be published.