କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀଙ୍କ ସହ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସୌଜନ୍ୟମୂଳକ ସାକ୍ଷାତ

0

ବିଶ୍ୱବିଦ୍ୟାଳୟଠାରେ ଏକ ଫୁଟବଲ ପଡ଼ିଆ ବିକଶିତ କରିବା ନିମନ୍ତେ କୁଳପତି ଦେଲେ ପ୍ରସ୍ତାବ

ଭୁବନେଶ୍ୱର(ଶାସକ ପ୍ରଶାସକ):ବିଶିଷ୍ଠ ଶିକ୍ଷାବିତ୍ ତଥା ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଆଜି ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରାଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତିା
ଆଜି ପୂର୍ବାହ୍ନରେ କୁଳପତି ପ୍ରଫେସର ତ୍ରିପାଠୀ ମନ୍ତ୍ରୀଙ୍କ ବାସଭବନରେ ପହଂଚି ମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ବିଭିିନ୍ନ ବିଷୟରେ ଆଲୋଚନା କରିଥିଲୋ ମୁଖ୍ୟମନ୍ତ୍ରୀଙ୍କ ଦିଗ୍ଦର୍ଶନରେ ବିଗତ କିଛି ବର୍ଷ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ଅନେକ ଉନ୍ନତିମୂଳକ କାର୍ଯ୍ୟ ହୋଇଛିା ଏଥି ସହ କ୍ରୀଡ଼ା ପାଇଁ ଆଜି ଓଡ଼ିଶା ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛିା ଏଥିପାଇଁ କୁଳପତି ଶ୍ରୀ ତ୍ରିପାଠୀ ରାଜ୍ୟ ସରକାର ତଥା କ୍ରୀଡ଼ା ବିଭାଗର ଉଦ୍ୟମକୁ ପ୍ରଶଂସା କରିଥିଲୋ ଏହି ଅବସରରେ କୁଳପତି ଶ୍ରୀ ତ୍ରିପାଠୀ ବିଶ୍ୱବିଦ୍ୟାଳୟଠାରେ ଏକ ଫୁଟବଲ ପଡ଼ିଆ ବିକଶିତ କରିବା ନିମନ୍ତେ ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ପ୍ରସ୍ତାବ ଦେଇଥିଲୋ ଏହି ପ୍ରସ୍ତାବକୁ ମନ୍ତ୍ରୀ ଶ୍ରୀ ବେହେରା ଗ୍ରହଣ କରିବା ସହିତ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ପ୍ରଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲୋ ଏଥି ସହିତ ଖୁବଶୀଘ୍ର ମନ୍ତ୍ରୀ ଶ୍ରୀ ବେହେରା ନିଜେ ବାଲେଶ୍ୱର ଗସ୍ତରେ ଯାଇ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବେ ବୋଲି କହିଥିଲୋ
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ା ଏବଂ ଯୁବସମାଜର ଉନ୍ନତି ପାଇଁ ଯେଉଁ ବିରାଟ ଲକ୍ଷ୍ୟ ରଖିଛନ୍ତି ତାହାକୁ ପୂରଣ କରିବା ଆମର ପ୍ରଥମ ପ୍ରାଥମିକତା ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲୋ ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ବିଶ୍ୱବିଦ୍ୟାଳୟର ଶିକ୍ଷା ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଷୟରେ କୁଳପତିଙ୍କ ସହ ଆଲୋଚନା କରିଥିଲୋ

Leave A Reply

Your email address will not be published.