ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠରେ ମୁଖ୍ୟଅତିଥି ଭାବେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ତଥା ରାଜୀବ ଗାନ୍ଧୀ ପଞ୍ଚାୟତ ସଂଗଠନର ଗଜପତି ଓ ଗଞ୍ଜାମ ଜିଲ୍ଲାର ଦାଇତ୍ୱରେ ଥିବା ପ୍ରବନ୍ଧକ ଶ୍ରୀ ବିସ୍ମୟ ମହାପାତ୍ର , ନଗର କଂଗ୍ରେସ ତଥା ରାଜୀବ ଗାନ୍ଧୀ ପଞ୍ଚାୟତ ସଂଗଠନର ଗଜପତି ଜିଲ୍ଲା ଦାଇତ୍ୱରେ ପ୍ରବନ୍ଧକ, ବସନ୍ତ କୁମାର ପଣ୍ଡା , ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର , ପାରଳାଖେମୁଣ୍ଡି ପୈରପରିଷଦର ପୂର୍ବତନ ଉପାଧ୍ୟକ୍ଷ ବରିଷ୍ଠ କଂଗ୍ରେସ ନେତା ଅଭିମନ୍ୟୁ ପଣ୍ଡା ପ୍ରମୁଖ ମଞ୍ଚସ୍ଥ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ କାଶୀନଗର ବ୍ଲକର ଭୂବନେଶ୍ବର ନାୟକ , ଗୁମ୍ମା ବ୍ଲକର ଲଳୀତ ମୋହନ ଦଣ୍ଡସେନା , ଗୋଷାଣୀ ବ୍ଲକର ରାଧାକାନ୍ତ ରଥ ଓ ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ସାହୁ , ଈଶ୍ବର ମାଝି , ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ଗଜପତି ଜିଲ୍ଲାରେ ରାଜୀବ ଗାନ୍ଧୀ ପଞ୍ଚାୟତ ସଂଗଠନ ପକ୍ଷରୁ ପ୍ରତ୍ୟେକ ବ୍ଲକ ସ୍ତରୀୟ ଓ ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ,ଆଉ ୱାର୍ଡ ସ୍ତରରେ ମଧ୍ୟ ଏହି ସଂଗଠନ ପକ୍ଷରୁ ପ୍ରତ୍ୟେକ ଗ୍ରାମରୁ ଜଣେ ଜଣକୁ ଦାଇତ୍ୱ ଦେଇ ତୃଳମୁଳ ସ୍ତରରେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ଆହ୍ୱାନ ଦେଇଥିଲେ। ଦେଶର ବର୍ତ୍ତମାନ ଆର୍ଥିକ ଅବସ୍ଥା ସଙ୍କଟାପନ୍ନହୋଇ ପଡିଛି। ସରକାରୀ ଯୋଜନା କାର୍ଯ୍ୟକାରୀ କରୁଥିବା ଉପରେ ସମସ୍ତଙ୍କ ନଜର ରଖିବା ଦରକାର। ଏହି ପ୍ରକାରର ବହୁତ ଆଲୋଚନା କରିଥିଲେ।
ଆଗାମୀ ପଞ୍ଚାୟତ ସମିତି ନିର୍ବାଚନରେ ମଧ୍ୟ ଏହି ସଂଗଠନ ପକ୍ଷରୁ ପ୍ରତ୍ୟେକ ଗ୍ରାମରେ ପହଁଞ୍ଚି ଲୋକଙ୍କ ପାଖରେ ସମସ୍ତ ପ୍ରକାର ଯୋଜନା ବିଷୟରେ ପହଞ୍ଚେଇବାର ସଂଗଠନକୁ ସୃଦୁଢ କରି ଲୋକଙ୍କ ସେବା କରିବା ଆମର ଲକ୍ଷ୍ୟ ବୋଲି ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ବସନ୍ତ କୁମାର ପଣ୍ଡାଙ୍କ ଦ୍ଵାରା ପରିଚାଳିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post
ରାୟଗଡ ବ୍ଲକ ମାଣିକପାଟଣା ଗ୍ରାମରେ ଆନ୍ଧ୍ର ମନ୍ତ୍ରୀଙ୍କ ଅନୁପ୍ରବେଶ ଓ ଦାଦାଗିରି ପ୍ରସଙ୍ଗରେ ସମସ୍ତେ ଚୁପ୍ –
Next Post