ପଟ୍ଟା ବଣ୍ଟନ କଲେ ଦଶପଲ୍ଲା ବିଧାୟକ

0

ନୂଆଗାଁ/(ସୁବ୍ରତ ପରିଡ଼ା):  ନୟାଗଡ ଜିଲ୍ଲା ନୂଆଗାଁ ତହସିଲ ତରଫରୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ତହସିଲ କାର୍ଯ୍ୟାଳୟ ପରିସରରେ ବସୁନ୍ଧରା ଯୋଜନା ରେ ୫ ଜଣ ଙ୍କୁ ପଟ୍ଟା ବଣ୍ଟନ କରିଥିଲେ।ସେହିପରି ଭାବେ ମାଳିସାହି ପଞ୍ଚାୟତ ରେ ୬୧ ଜଣଙ୍କୁ ସାଧାରଣ ପଟ୍ଟା ବଣ୍ଟନ କରିଥିଲେ।ପଟ୍ଟା ବଣ୍ଟନ ସମୟରେ,ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍,ତହସିଲଦାର ପ୍ରଳୟ ନନ୍ଦ ଶତପଥୀ,ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା,ବ୍ଲକ୍ ବିଜେଡ଼ି ସଭାପତି ସନାତନ ସାମଲ,ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ଜିଲ୍ଲା ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ଗୋଲଖ ବିହାରୀ ଗୋଚ୍ଛାୟତ, ମାଳିସାହି ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.